ବାଲେଶ୍ବର: ଛଟେଇ କମ୍ପୁଟର ଶିକ୍ଷକଙ୍କୁ ଶୀଘ୍ର ପୁନଃନିଯୁକ୍ତି ନେଇ ଦାବି । ବାଲେଶ୍ବର ଜିଲ୍ଲାର ୨୭୪ ସରକାରୀ ବିଦ୍ୟାଳୟର ୨୭୪ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯିବା ପରେ ସେମାନଙ୍କୁ ଶୀଘ୍ର ପୁଣି ନିଯୁକ୍ତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆହୋଇଛି ।
ଗତ ତିନିମାସ ତଳେ ୨୭୪ ସରକାରୀ ବିଦ୍ୟାଳୟର ୨୭୪ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯାଇଥିଲା । ଏନେଇ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେଥିରେ ବିଳମ୍ବ ହୋଇଥିବା ଦେଖିବାରୁ ମିଳିଛି ।
ଛଟେଇ କମ୍ପୁଟର ଶିକ୍ଷକମାନେ ପୁନଃ ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ଏନେଇ ଆଜି ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଶିକ୍ଷକମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ସେମାନଙ୍କ ଦାବି ତୁରନ୍ତ ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି କମ୍ପ୍ୟୁଟର ଶିକ୍ଷକ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ