ETV Bharat / state

ଫୁଲଚାରାକୁ ନେଇ ଗୋଷ୍ଠୀ ସଂଘର୍ଷ: 3 ଗୁରୁତର, 11 ଗିରଫ - ଫୁଲଚାରାକୁ ନେଇ ଗୋଷ୍ଠୀ ସଂଘର୍ଷ, 3 ଗୁରୁତର ଓ 6 ଆହତ

ଫୁଲଚାରାକୁ ନେଇ ଗୋଷ୍ଠୀ ସଂଘର୍ଷ । 3 ଗୁରୁତର ଓ 6 ଆହତ । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୃତୟନ । ଅଧିକ ପଢନ୍ତୁ.....

community clash in baleswar 6 injured
ଫୁଲଚାରାକୁ ନେଇ ଗୋଷ୍ଠୀ ସଂଘର୍ଷ, 3 ଗୁରୁତର ଓ 6 ଆହତ
author img

By

Published : Jul 4, 2020, 10:22 AM IST

ବାଲେଶ୍ବର : ସାମାନ୍ୟ ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷଙ୍କ ଭିତରେ ମାରପିଟ ହୋଇ ୬ ଜଣ ଗୁରୁତର ହୋଇଛନ୍ତି । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ । ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରିଙ୍କ ଘରୁ ତିନିଦିନ ତଳେ ଫୁଲ ଚାରା ଚୋରି ହୋଇଥିଲା । ଫୁଲଚାରା ଚୋରି ସମ୍ପର୍କରେ ମଞ୍ଜୁଲତା ଗାଁର ଭାସ୍କର ସାହୁ ଓ କରୁଣାକର ସାହୁଙ୍କୁ ପଚାରିଥିଲେ । ହେଲେ ଏଥିରେ ଭାସ୍କର ଉତକ୍ଷିପ୍ତ ହୋଇ ମଞ୍ଜୁଲତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଭାସ୍କର ଓ କରୁଣାକର ଅନ୍ୟ ସହଯୋଗୀଙ୍କ ସହ ମିଶି ସଙ୍ଗବଦ୍ଧ ଭାବେ ମଞ୍ଜୁଲତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଫୁଲଚାରାକୁ ନେଇ ଗୋଷ୍ଠୀ ସଂଘର୍ଷ, 3 ଗୁରୁତର ଓ 6 ଆହତ

ମଞ୍ଜୁଲତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ସେଠାରେ ପହଞ୍ଚିବା ପରେ ସେମାନେ ଗ୍ରାମବାସୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ମାରପିଟରେ ୬ ଜଣ ଆହତ ହୋଇଥିବାବେଳେ 3ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଖଇରା ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.