ETV Bharat / state

ଛତୁଆ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

author img

By

Published : Apr 2, 2020, 7:40 PM IST

ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଗନିପୁର ପଞ୍ଚାୟତ ଜଗନ୍ନାଥପୁର ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ । ଘଟଣାରେ 5ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

balesore latest news, community clash in balesore, community clash for gram flour, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ, ଛତୁଆକୁ ନେଇ ଗୋଷ୍ଠୀ ସଂଘର୍ଷ
ଛତୁଆ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଗନିପୁର ପଞ୍ଚାୟତ ଜଗନ୍ନାଥପୁର ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ । ଘଟଣାରେ 5ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଜଗନ୍ନାଥପୁରରେ ଥିବା ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିଜ ଘରେ ଛତୁଆ ବଣ୍ଟନ କରୁଥିଲେ। କୋରୋନା ପାଇଁ ପିଲାଙ୍କ ଘରେ ଛତୁଆ ଦେବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ କର୍ମୀ ଏହାକୁ ଉଲ୍ଲଂଘନ କରି ଛତୁଆ ବାଣ୍ଟୁଥିଲେ।

ଛତୁଆ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଛତୁଆ ବଣ୍ଟନକୁ ବନ୍ଦ କରାଇଥିଲେ। ଏହାପରେ ଗନିପୁର ଅଞ୍ଚଳର କିଛି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଛତୁଆ ନେବା ପାଇଁ ଜଗନ୍ନାଥପୁରରେ ପହଞ୍ଚିଥିଲେ। ଜଗନ୍ନାଥପୁର ଗ୍ରାମରେ ବାଉଁଶ ପକାଇ ଲୋକମାନେ ରାସ୍ତା ଅବରୋଧ କରିଥିବା ବେଳେ ଗନିପୁରର ଲୋକମାନେ ଛତୁଆ ଆଣିବା ପାଇଁ ଯିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟେକା ପଥର ଫିଙ୍ଗାଫିଙ୍ଗି ହେବାସହ ମାରପିଟ ହୋଇଥିଲା।

ଘଟଣାରେ 5ଜଣରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.