ETV Bharat / state

ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ଚିନ୍ତାରେ ଉପକୂଳବାସୀ - ବାଲେଶ୍ବର ଖବର

ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ଚିନ୍ତାରେ ବାଲେଶ୍ବର ଜିଲ୍ଲାର ଉପକୂଳବାସୀ । ଗତବର୍ଷ ସାମୁଦ୍ରିକ ବାତ୍ୟା 'ଫନି' ଉପକୂଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି 'ଅମ୍ଫାନ'କୁ ନେଇ ଏମାନଙ୍କ ଚିନ୍ତା ବଢିଛି ।

Coastal residents are worried about cyclone amphan
ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ଚିନ୍ତାରେ ଉପକୂଳବାସୀ
author img

By

Published : May 16, 2020, 4:11 PM IST

ବାଲେଶ୍ବର: ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ଚିନ୍ତାରେ ବାଲେଶ୍ବର ଜିଲ୍ଲାର ଉପକୂଳବାସୀ । ବିଶେଷ କରି ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ଆଦି ଅଞ୍ଚଳବାସୀଙ୍କ ମନରେ ବାତ୍ୟାକୁ ନେଇ ଚିନ୍ତା ଦ୍ବିଗୁଣିତ ହୋଇଛି ।

ଗତବର୍ଷ ସାମୁଦ୍ରିକ ବାତ୍ୟା 'ଫନି' ଉପକୂଳବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି 'ଅମ୍ଫାନ'କୁ ନେଇ ଏମାନଙ୍କ ଚିନ୍ତା ବଢିଛି । ଅମ୍ଫାନ ପ୍ରଭାବ ବାଲେଶ୍ୱରରେ ଅଧିକ ରହିବ ବୋଲି ଆଶଙ୍କା କରାଯାଇ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

ଅନ୍ୟପଟେ କୋରୋନା ପାଇଁ ଅନେକ ବାତ୍ୟା ଆଶ୍ରୟସ୍ଥଳୀ ଏବେ କ୍ବାରେନଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ଉପକୂଳବାସୀଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢିଛି । ତେବେ ଅମ୍ଫାନର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.