ETV Bharat / state

ବାଲେଶ୍ୱରରେ ନବୀନ: ବିକ୍ଷୋଭ କରି ବନ୍ଧା ହେଲେ ବିରୋଧୀ

ବାଲେଶ୍ୱରରେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମାବେଶରେ ଅନେକ କଂଗ୍ରେସ ଓ ବିଜେପି ସମର୍ଥକଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସର 45 ଓ ବିଜେପିର 22ଜଣ କର୍ମୀଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇଥିଲା ।

author img

By

Published : Feb 13, 2019, 10:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାଲେଶ୍ୱରରେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନବୀନଙ୍କ ଏହି ଗସ୍ତକୁ ବିରୋଧ କରି ଗିରଫ ହୋଇଛନ୍ତି ବିଜେପି ଓ କଂଗ୍ରେସ ସମର୍ଥକ ।
undefined

ନବୀନଙ୍କ ଏହି ଗସ୍ତରେ ଗୋଟିଏ ପଟେ ଆପଣ ମାନେ ଖୁସି ତ ନାରା ପରିବେଶକୁ କୋଳାହଳମୟ କରୁଥିବା ସମୟର ଅନ୍ୟ ପଟେ ନବୀନ ଗୋ ବ୍ୟାକ ଓ ନବୀନ ପଟ୍ଟନାୟକ ଡାଉନ ଡାଉନ ନାରା ଦେଇଛନ୍ତି ବିରୋଧୀ । ନବୀନ ଫେରିଯାଅ ସ୍ଲୋଗାନ ଦେଇ ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହାସହ ଅନେକ କଂଗ୍ରେସ ଓ ବିଜେପି ସମର୍ଥକଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସର 45 ଓ ବିଜେପିର 22ଜଣ କର୍ମୀଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇଥିଲା ।

ସୂଚନା ଅନୁସାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୋଗରାଇ ବ୍ଲକ ତାଳସାରୀ ସୁବର୍ଣ୍ଣ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 12:30ରେ ଉଦଘାଟନ କରିଥିଲେ । ସେଠାରୁ ବାଲେଶ୍ବର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଆୟୋଜିତ ଉତ୍ତର ଓଡିଶା ବିଜୁ ଯୁବ ବାହିନୀ ସମାବେଶରେ ଅପରାହ୍ନ 3ଟାରେ ପହଞ୍ଚି ଥିଲେ । ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ବାହିନୀ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଏହାପରେ ନବୀନ 64ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ 45ଟି ପ୍ରକଳ୍ପ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୁଇ ମିନିଟ ଭାଷଣରେ ଯୁବକମାନେ ବେଶ ଉତ୍ସାହିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସୁବର୍ଣ୍ଣରେଖା ବନ୍ଦର କଥା ଉଲ୍ଲେଖ କରିଥିଲେ । ଏହାସହ ତାଙ୍କ ଚର୍ଚ୍ଚିତ ଶବ୍ଦ ଆପଣ ମାନେ ଖୁସି ତ ବୋଲି କହିଥିଲେ । ବାଲେଶ୍ବରରେ ବିଜୁ ଯୁବ ବାହିନୀ ସମାବେଶରେ 5ଟି ଜିଲ୍ଲାରୁ ପାଖାପାଖି 40ହଜାର ଯୁବକ ଯୋଗଦେଇଥିଲେ ।

undefined

ବାଲେଶ୍ବରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶର ସନ୍ଧ୍ୟାରେ ବଲିଉଡର କଳାକାର ସଲିମ ଓ ସୁଲେମାନ ତଥା କମେଡିଆନ ଭିଆଇପି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ପ୍ରଥମ ଟ୍ବିଟକୁ ଲକ୍ଷାଧିକ ଫଲୋୟର୍ସଙ୍କ ଅପେକ୍ଷା

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି ସହ ସୋସିଆଲ ମିଡିଆରେ ବି ଡେବ୍ୟୁ କରିଛନ୍ତି ପ୍ରିୟଙ୍କା । ଇତିମଧ୍ୟରେ ଦୁଇଦିନ ବିତିଗଲାଣି । ଟ୍ବିଟର ଆକାଉଣ୍ଟରେ 183k ଫଲୋୟର୍ସଙ୍କ ସଂଖ୍ୟା ଟପିଲାଣି । ହୁ ହୁ ହୋଇ ଏହି ସଂଖ୍ୟା ବଢିଚାଲିଛି । ହେଲେ ଏପର୍ଯ୍ୟନ୍ତ ଆସିନି ପ୍ରିୟଙ୍କାଙ୍କ ଗୋଟିଏ ମଧ୍ୟ ଟ୍ବିଟ ।

ପ୍ରଥମ ଟ୍ବିଟରେ କ'ଣ ଲେଖିବେ ପ୍ରିୟଙ୍କା । ନରମ ନା ଆକ୍ରମଣାତ୍ମକ, କ'ଣ ରହିବ ପ୍ରିୟଙ୍କାଙ୍କ ଆଭିମୁଖ୍ୟ । କର୍ମୀଙ୍କୁ ଉତ୍ସାହିତ ନା ମୋଦି ସରକାରଙ୍କୁ କଡା ସମାଲୋଚନା । ପ୍ରିୟଙ୍କା କେବେ ତାଙ୍କ ପ୍ରଥମ ଟ୍ବିଟ କରିବେ, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ପ୍ରିୟଙ୍କାଙ୍କ ପ୍ରଥମ ଟ୍ବିଟକୁ ଅପେକ୍ଷା କରିବସିଛନ୍ତି ଲକ୍ଷାଧିକ ଫଲୋୟର୍ସ ।

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ମିଳିଛି ନୂଆ ଦାୟିତ୍ବ । ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ସେ । ଭାଇ କାନ୍ଧରେ କାନ୍ଧ ଦେଇ ଛିଡା ହୋଇଛି ଭଉଣୀ । ଦଳର ମହାସଚିବ ଭାବରେ ଦାୟିତ୍ବ ନେଇଛନ୍ତି ପ୍ରିୟଙ୍କା । 

2019 ଲୋକସଭା ନିର୍ବାଚନରେ ଯେନତେନ ପ୍ରକାରରେ ମୋଦି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଲାଗି ପଡିଛି କଂଗ୍ରେସ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମାବେଶ ପରେ ସୋସିଆଲ ମିଡିଆକୁ ଦଳ ଗୁରୁତ୍ବ ଦେଉଛି । ଆଉ ଏହି କ୍ରମରେ ନୂଆ ଦାୟିତ୍ବ ନେବା ପରେ ଟ୍ବିଟର ଆକାଉଣ୍ଟ କରିଛନ୍ତି ପ୍ରିୟଙ୍କା ।

ନିଜ ଟ୍ବିଟରରେ 7ଟି ଆକାଉଣ୍ଟକୁ ଫଲୋ କରୁଛନ୍ତି ପ୍ରିୟଙ୍କା । ଏଥିମଧ୍ୟରେ ରହିଛନ୍ତି ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପ୍ରମୁଖ । ଦଳ ଏବଂ ଦଳର କିଛି ନେତାଙ୍କୁ ବାଦ ଦେଲେ ଆଉ କାହାକୁ ମଧ୍ୟ ସେ ଫଲୋ କରିନଥିବା ଦେଖିବାକୁ ମିଳିଛି । ଏବେ ଅପେକ୍ଷା ତାଙ୍କୁ ଫଲୋ କରୁଥିବା ଫଳୋୟର୍ସଙ୍କ ପାଇଁ ପ୍ରଥମ ମେସେଜ କେବେ ଓ କ'ଣ ଲେଖିବେ ପ୍ରିୟଙ୍କା ଗାନ୍ଧୀ ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.