ETV Bharat / state

ତେଜିଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଦାବି - ବାଲେଶ୍ବର ତହସିଲ ସମ୍ମୁଖରେ ଜମାକାରୀ ଗଣ ସତ୍ଯାଗ୍ରହ

ପୁଣି ରାଜ୍ୟରେ ତେଜିଲା ଚିଟଫଣ୍ଡ ଠକେଇ ମାମଲାକୁ ନେଇ ପ୍ରତିବାଦ । ବାଲେଶ୍ବର ଜିଲ୍ଲା ତହସିଲ ସମ୍ମୁଖରେ ଜମାକାରୀ ଗଣ ସତ୍ଯାଗ୍ରହ । ୪ଦଫା ଦାଵି ନେଇ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

୪ଦଫା ଦାଵି ନେଇ ବିକ୍ଷୋଭ ପ୍ରଦର୍ଶନ
୪ଦଫା ଦାଵି ନେଇ ବିକ୍ଷୋଭ ପ୍ରଦର୍ଶନ
author img

By

Published : Feb 15, 2023, 5:02 PM IST

୪ଦଫା ଦାଵି ନେଇ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର: ଚିଟଫଣ୍ଡ ସଂସ୍ଥା ଦ୍ଵାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ବର ଜିଲ୍ଲା ତହସିଲ ସମ୍ମୁଖରେ ଜମାକାରୀ ଗଣ ସତ୍ଯାଗ୍ରହ କରିଛନ୍ତି । ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ରାଜ୍ଯପାଳ, ମୁଖ୍ଯମନ୍ତ୍ରୀ ଓ ଉଚ୍ଚ ନ୍ଯାୟାଳୟଙ୍କ ଉଦ୍ଦେଶ୍ଯରେ ୪ଦଫା ଦାଵି ପତ୍ର ଉପସ୍ଥାପନ କରିଛନ୍ତି ଜମାକାରୀମାନେ।

ରାଜ୍ୟବ୍ୟାପି ଏହି ଗଣ ସତ୍ଯାଗ୍ରହ କରାଯାଉଥିବା ସହ ସମସ୍ତ ତହସିଲ ଅପିସରେ ଏହି ୪ଦଫା ତହସିଲଦାରଙ୍କୁ ଉପସ୍ଥାପନ କରାଯାଉଛି । ଶ୍ରମିକ ନେତା କହିଛନ୍ତି, ‘‘ ସରକାର ଚିଟଫଣ୍ଡ ସଂସ୍ଥାର ଠକେଇକୁ ନେଇ କମିଶନ ଵ୍ଯଵସ୍ଥା କରିଥିଲେ । ସିକ୍ସ ଟର୍ମସ୍ ଅଫ ରେଫରେନସର ଚୁଡାନ୍ତ ରିପୋର୍ଟ ଦେଵା ପୂର୍ଵରୁ ତଦନ୍ତ କମିଶନ ଵ୍ଯଵସ୍ଥା ୨୦୨୦ ମାର୍ଚ୍ଚ ମାସରୁ ଵନ୍ଦ କରି ଦିଆଗଲା । ଏହାସହ ଜମାକାରୀ ଚିହ୍ନଟ ପ୍ରକିୟା ମଧ୍ୟ ଅଧାରେ ରହିଗଲା ।’’

୫୦ ଲକ୍ଷ ଜମାକାରୀଙ୍କ ମଧ୍ୟରୁ କେବଳ ୪ ଲକ୍ଷ ଜମାକାରୀ ଚିହ୍ନଟ ହୋଇଛନ୍ତି । ପ୍ରତ୍ଯେକ ତହସିଲ ଜରିଆରେ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରାଯାଉ, ଏହି ଚିହ୍ନଟ ପ୍ରକ୍ରିୟାରେ ଚିହ୍ନିତ ଅସାଧୁ ସଂସ୍ଥା ଵିରୋଧରେ ଓଡିଶା ଜମାକାରୀ ସ୍ଵାର୍ଥ ରକ୍ଷା ଆଇନ ୨୦୧୧ ଭିତ୍ତିରେ ମକଦ୍ଦମା ପଞ୍ଜିକରଣ ଓ ତଦନ୍ତ କରିଵାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଏହାସହ ସମସ୍ତ ଅସାଧୁ ସଂସ୍ଥାର ମନିଟ୍ରେଲ କରି ଜମାକାରୀଙ୍କ ଅର୍ଥରେ କରିଥିଵା ସମସ୍ତ ସ୍ଥାଵର, ଅସ୍ଥାଵର ସମ୍ପତ୍ତି ଜଵତ କରି ଖୋଲା ନିଲାମ କରାଯାଉ । ସେହି ଅର୍ଥରୁ ଛୋଟ ଵଡ଼ ସମସ୍ତ ଜମାକାରୀଙ୍କୁ ପରିପକ୍ଵ ରାଶି ଉପରେ ସୁଧ ସହ ଫେରସ୍ତ କରାଯାଉ । ଯେଉଁ ସଵୁ ସଂସ୍ଥା ଵିରୋଧରେ ମକଦ୍ଦମା କରାଯାଇ ତଦନ୍ତ ପ୍ରକ୍ରିୟାରେ ତାଙ୍କର ନାମକୁ ମାତ୍ର କିଛି ସମ୍ପତ୍ତି ଜଵତ ହୋଇଅଛି, ଆଉ ଅଧିକ ସମ୍ପତ୍ତି ଏପର୍ଯ୍ଯନ୍ତ ଜଵତ ହୋଇନାହିଁ, ମାତ୍ର ସମସ୍ତ ସମ୍ପତ୍ତି ଜଵତ କରାଯାଉ । କେନ୍ଦ୍ର ସରକାରଙ୍କ ସିଵିଆଇ, ସେଵି, ପ୍ରଵର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ସମଵାୟ ଏଵଂ ରାଜ୍ଯ ସରକାରଙ୍କ ପୋଲିସ ଜଵତ କରିଥିଵା ସମସ୍ତ ସମ୍ପତ୍ତିର କମ୍ପାନୀ ୱାରି ସମ୍ପତ୍ତି ତାଲିକାର ପ୍ରତି ୨ମାସରେ ଥରେ ଶ୍ଵେତ ପତ୍ର ପ୍ରକାଶ କରନ୍ତୁ।

ପଞ୍ଜି ସ୍କିମ ଓ କଲେକ୍ଟିଭ ଇନଭେଷ୍ଟମେଣ୍ଟ ସ୍କିମ ମାଧ୍ଯମରେ ଜମା ଟଙ୍କା ନେଇ ଜମାକାରୀମାନଙ୍କୁ ପରିପକ୍ଵ ରାଶି ଫେରାଇ ନଥିଵା ଵାକି ସମସ୍ତ କମ୍ପାନୀ ଵିରୋଧରେ ମକଦ୍ଦମା ପଞ୍ଜିକରଣ କରାଯାଉ । ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଜଵତ ତଥା ନିଲାମ ଅର୍ଥ ଜମାକାରୀଙ୍କୁ ଫେରସ୍ତ ଇତ୍ଯାଦି ସୁପ୍ରିମକୋର୍ଟଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାଵଧାନରେ କରାଯିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ପ୍ରତ୍ଯେକ ଜମାକାରୀଙ୍କୁ ତାଙ୍କଜମା ଟଙ୍କାର ପରିପକ୍ଵ ରାଶି ଉପରେ ସୁଧ ସହ ଫେରସ୍ତ ଵ୍ଯଵସ୍ଥା କରାଯାଉ ଭଳି ଦାବି ଉପସ୍ଥାପନ କରାଯାଇଛି । ଜିଲ୍ଲା ସ୍ତରର ଜମାକାରୀ ଗଣ ସତ୍ଯାଗ୍ରହ ପରେ ଆସନ୍ତା ୧୧ଏପ୍ରିଲରେ ଭୁଵନେଶ୍ବର ଠାରେ ରାଜ୍ଯ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ ବୋଲି କହିଛନ୍ତି ଶ୍ରମିକ ନେତା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.