ETV Bharat / state

ଚିଟଫଣ୍ଡ ଠକେଇ ମାମଲା: ଏମ୍‌ସ ମାର୍କେଟିଂ ସଂସ୍ଥାର ଏମ୍‌ଡିଙ୍କୁ ୫ବର୍ଷ ଜେଲଦଣ୍ଡ

ଚିଟଫଣ୍ଡ ଠକେଇ ମାମଲାରେ ଏମ୍‌ସ ମାର୍କେଟିଂ ସଂସ୍ଥାର ଏମ୍‌ଡି ଦିବ୍ୟକେଶରୀ ମହାନ୍ତି ଦୋଷୀ ସାବ୍ୟସ୍ତ । ଏହି ମାମଲାର ଶୁଣାଣି କରି ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

author img

By

Published : Dec 14, 2022, 9:37 AM IST

Updated : Dec 14, 2022, 10:05 PM IST

ଚିଟଫଣ୍ଡ ଠକେଇ ମାମଲା: ଏମ୍‌ସ ମାର୍କେଟିଂ ସଂସ୍ଥାର ଏମ୍‌ଡି ଦୋଷୀ ସାବ୍ୟସ୍ତ

ବାଲେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ(Chit Fund Case) ଏମ୍‌ସ ମାର୍କେଟିଂ ଠକ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(MD) ଦିବ୍ୟକେଶରୀ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାଲେଶ୍ବର ଚିଟଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି କରି ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହାମଧ୍ୟ ପଢନ୍ତୁ: ଚାକିରି ନାଁରେ ଠକେଇ, କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ

ସୂଚନା ଅନୁଯାୟୀ, ଏମ୍‌ସ ମାର୍କେଟିଂ ଠକ ସଂସ୍ଥା ବିରୁଦ୍ଧରେ ପ୍ରାୟ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ଏ ବାବଦରେ ବାଲେଶ୍ୱର ଟାଉନ ଥାନାରେ ୨୫/୧୫ରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ଦିବ୍ୟକେଶରୀ ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲା ବାଲେଶ୍ୱର ଚିଟଫଣ୍ଡ ଅଦାଲତରେ ବିଚାରଧୀନ ଥିଲା । ବିଚାରପତି ୧୮ ଜଣଙ୍କ ସାକ୍ଷ୍ୟ ଓ ୨୨ ଦସ୍ତାବିଜକୁ ଭିତ୍ତି କରି ସଂସ୍ଥାର ମୁଖ୍ୟ ଦିବ୍ୟକେଶରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏନେଇ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ ।

ଇଟିଭି ଭାରତ, ବାଲେଶ୍ୱର

Last Updated : Dec 14, 2022, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.