ବାଲେଶ୍ବର: ନାବାଳିକା କନ୍ୟାକୁ ବିବାହ କରିବାକୁ ହଟହଟା ହୋଇଛି ବର । କନ୍ୟା ନାବାଳିକା ଥିବାରୁ ଶେଷରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଛି । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ ।
ଗୋପାଳପୁର ଫାଣ୍ଡି ଅଧିନସ୍ଥ କନ୍ୟାଙ୍କୁ ବିବାହ ପାଇଁ ଖଇରା ଥାନା ତୁଡିଗଡ଼ିଆ ଅଞ୍ଚଳର ବର ଆସିଥିଲେ । ମାତ୍ର କନ୍ୟା ଜଣଙ୍କ ନାବାଳିକା ଥିବାରୁ ଚାଇଲ୍ଡ ଲାଇନ ଏହି ବାହାଘରକୁ ବନ୍ଦ କରାଇଥିଲା । କନ୍ୟାଘର ଲୋକେ ଏଥିରେ ଉତ୍ୟକ୍ତ ହୋଇ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଅଟକ ରଖିଥିଲେ । ପରେ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ବାହାଘର ବନ୍ଦ ହୋଇଯିବାରୁ ବର ଶିଶୁପାଳ ହୋଇ ଫେରିଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ