ETV Bharat / state

ମୃତଶିଶୁକୁ ଝୁଣି ଖାଇଗଲେ ବୁଲା କୁକୁର - ଖାଇଗଲେ

ସୋର ପରେ ଏବେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ିରହିଛି ନବଜାତ ଶିଶୁର ମୃତଦେହ । ଆଉ ଶିଶୁଟିକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବାରମ୍ବାର ଘଟିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 26, 2019, 8:46 PM IST

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏକ ନବଜାତ ଶିଶୁର ମୃତଦେହକୁ କୁକୁର ଟାଣି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବୁଧବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା’ ଓ ଶିଶୁ ବିଭାଗ ନିକଟରେ ନବଜାତ ଶିଶୁର ମୃତ ଶରୀରକୁ କୁକୁରମାନେ ଖାଉଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଦୃଶ୍ୟ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପରେ ମେଡିକାଲର ସଫେଇ କର୍ମଚାରୀ ମୃତ ଶିଶୁକୁ ସେଠାରୁ ନେଇ ଅନ୍ୟତ୍ର ଫିଙ୍ଗିଥିବା ଜଣାପଡିଛି ।

ଶିଶୁଟି କାହାର ଓ କେଉଁ ପରିସ୍ଥିତିରେ ସେଠାକୁ ଆସିଲା ସେ ବିଷୟରେ ମେଡିକାଲ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ମୃତଦେହଟି ପଚିଯାଇଥିବାରୁ ତାହା ପୁଅ କି ଝିଅ ଚିହ୍ନଟ କରିଯାଇ ନାହିଁ । ତେବେ ଗତ କିଛିଦିନ ପୂର୍ବରୁ ଏପରି ଘଟଣା ସୋର ମେଡିକାଲ ପରିସରରେ ହୋଇଥିବା ବେଳେ ଆଜି ପୁଣି ମୁଖ୍ୟ ଚିକିତ୍ସାଳୟରେ ସମାନ ଘଟଣା ଘଟିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମୃତ ନବଜାତ ଶିଶୁକୁ କୁକୁର ଟାଣି ଖାଉଥିବା ଦେଖିବାକୁ ମିଳିଛି। ମୃତ ଦେହଟି ପଚି ଯାଇଥିବାରୁ ସେ ଝିଅ କି ପୁଅ ଚିହ୍ନଟ କରିବାରେ ଅସୁବିଧା ହୋଇଥିବା ଜଣାପଡିଛି।
Body:ଆଜି ଅପରାହ୍ନରେ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା ଓ ଶିଶୁ ବିଭାଗ ପାଖରେ ଏକ ନବଜାତକ ଶିଶୁର ମୃତ ଦେହକୁ କୁକୁରମାନେ ଟାଣି ଖାଉଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଦୃଶ୍ୟ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ମେଡିକାଲର ଝାଡୁଦାର ମୃତ ଶିଶୁକୁ ସେଠାରୁ ନେଇ ଅନ୍ୟତ୍ର ଫିଙ୍ଗିଥିବା ଜଣାପଡିଛି।
Conclusion:ଏ ଶିଶୁଟି କାହାର ଓ କେଉଁ ପରିସ୍ଥିତିରେ ସେଠାକୁ ଆସିଲା ସେ ବିଷୟରେ ମେଡିକାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ କିଛିଦିନ ପୂର୍ବରୁ ଏମତି ଏକ ଘଟଣା ସୋର ମେଡିକାଲ ପରିସରରେ ହୋଇଥିବା ବେଳେ ଆଜି ପୁଣି ମୁଖ୍ୟ ଚିକିତ୍ସାଳୟରେ ଘଟିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.