ETV Bharat / state

ତାଳସାରି ବେଳାଭୂମିର ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ - tourist place Talsari beach

ତାଳସାରି ବେଳାଭୂମିର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି। ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଅଧିକ ପଢନ୍ତୁ...

ପର୍ଯ୍ୟଟନ କ୍ଷେତ୍ରର ବିକାଶର ପ୍ରଥମ ପାହାଚ ତାଳସାରି

author img

By

Published : Feb 12, 2021, 12:56 PM IST

ବାଲେଶ୍ଵର: ଜିଲ୍ଲାର ତାଳସାରି ବେଳାଭୂମିର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ ଆଲୋକୀକରଣ ଓ ସମୁଦ୍ରତଟ ଉନ୍ନତି କରଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତାଳସାରୀ ବେଳାଭୂମିରେ ପର୍ଯ୍ୟଟକ ମାନେ ଏକାଧିକ ଦିନ ରହଣି କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ସେଥିପାଇଁ ବେଳାଭୂମିର 2.4 କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ ।

ଏହାସହ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରାଯିବ । ବେଳାଭୂମିର ସୌନ୍ଦର୍ଯ୍ୟକୁ ଯେପରି ପର୍ଯ୍ୟଟକ ମାନେ ମନଭରି ଉପଭୋଗ କରି ପାରିବେ ସେଥିପାଇଁ ପାଭିଲିଅନ, ବର୍ଷା ଆଶ୍ରୟସ୍ଥଳ, ସିଟିଂ ଆଇସଲେଣ୍ଡସ, ଆମ୍ଫି ଥିଏଟରସ, ରେଷ୍ଟୁରାଣ୍ଟ ଆଦିର ସୁବିଧା କରାଯିବ। ସେହିପରି ଓଡିଶାର କଳା ସଂସ୍କୃତି ସହ ପର୍ଯ୍ୟଟକଙ୍କୁ ପରିଚିତ କରିବା ପାଇଁ ଏକ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ।

ଏହିସବୁ କାର୍ଯ୍ୟ ଅକ୍ଟୋବର 2021 ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ। ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ ଚନ୍ଦନେଶ୍ୱର, ଉଦୟପୁର, ତାଳ ସାରୀ ବେଳା ଭୂମିରେ ଆଲୋକୀକରଣ ପାଇଁ 7 କୋଟି 10 ଲକ୍ଷ ଓ ତାଳସାରି ଉଦୟପୁର ବେଳାଭୂମି ସମୁଦ୍ର ତଟ ଉନ୍ନତି କରଣ ପାଇଁ 29 କୋଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.