ବାଲେଶ୍ବର: ବେଳାଭୂମି ସଫା କଲେ ଯୁବଗୋଷ୍ଠୀ । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ବେଳାଭୂମି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ। ହେଲେ ବେଳାଭୂମିର ସ୍ଵଚ୍ଛତା ସମ୍ପର୍କରେ ଅନେକ ସମୟରେ କାହାରି ନଜର ପଡୁନାହିଁ । କୋରୋନା ଲକଡାଉନ ପରେ ଏବେ ବେଳାଭୂମିରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ବେଳାଭୂମିର ସ୍ବଚ୍ଛତା ପାଇଁ କିଛି ଯୁବଗୋଷ୍ଠୀ ଅଣ୍ଟା ଭିଡିଛନ୍ତି । ବାଘାଯତୀନ ସୋସିଆଲ ୱାର୍କ ଗ୍ରୁପ ପକ୍ଷରୁ ବେଳାଭୂମିରେ ପଡିଥିବା ଅଳିଆ ଆବର୍ଜନା ସଫା କରାଯାଇଛି। ଏହାସହ ସେଠାରେ ଥିବା ଦୋକାନୀମାନଙ୍କୁ ଡଷ୍ଟବିନ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ଯୁବଗୋଷ୍ଠୀ। ଯୁବଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ