ବାଲେଶ୍ଵର: ଫୁଲାଡ଼ିରେ ନିର୍ମାଣଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡି ପଡିଛି । ବୁଢାବଳଙ୍ଗ ନଦୀ ଉପରେ ତିଆରି ହେଉଥିବା ପୋଲର ଛାତ ପଡିବା ପୂର୍ବରୁ ତାର ସେଣ୍ଟ୍ରିଂ ନଦୀରେ ଭୁଶୁଡି ପଡିଛି । ବ୍ରିଟିଶ ଅମଳରୁ ଥିବା ପୁରୁଣା ଲୁହା ପୋଲ ତଳୁ ମାଟି ଧସିବା ପରେ ପୋଲରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏଥିପାଇଁ ନୂଆ ପୋଲ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିଲା । ହେଲେ ବାତ୍ୟା ଅମ୍ଫାନ ପାଇଁ ନଦୀରେ ଜଳସ୍ତର ବଢିବା ଯୋଗୁଁ ତଳେ ଥିବା ପିଲାର ଧୋଇହୋଇ ଯାଇ ପୋଲର ସେଣ୍ଟରିଂ ଭୁଶୁଡି ପଡ଼ିଥିବା ଜଣାପଡିଛି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ଜଣାପଡିଛି । ଅନ୍ୟପଟେ ନଦୀର ଅବବାହିକାରେ ଥିବା 4ଟି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ମିଶ୍ର, ଇଟିଭି ଭାରତ