ETV Bharat / state

ବାଲେଶ୍ଵର ମେଡିକାଲ ବୁଲିଲା କେନ୍ଦ୍ରୀୟ ଟିମ

author img

By

Published : Jun 15, 2022, 9:14 PM IST

ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ପରିଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ବାଲେଶ୍ଵର ମେଡିକାଲ ବୁଲିଲା କେନ୍ଦ୍ରୀୟ ଟିମ
ବାଲେଶ୍ଵର ମେଡିକାଲ ବୁଲିଲା କେନ୍ଦ୍ରୀୟ ଟିମ

ବାଲେଶ୍ବର : ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ରାଜ୍ୟର ନୋଡାଲ ଅଫିସର ରହି ମୁଖ୍ୟ ଚିକିତ୍ସାଳୟରେ ଟ୍ରମା ସେଣ୍ଟର କେମିତି କାର୍ଯ୍ୟ କରୁଛି ତାହା ବୁଲି ଦେଖିଛନ୍ତି । ମୁଖ୍ୟତଃ ଟ୍ରମା ସେଣ୍ଟର ଓ ଜରୁରୀକାଳୀନ ମେଡ଼ିସିନ ୱାର୍ଡରେ ବ୍ୟବସ୍ଥା ଓ ଆବଶ୍ୟକତା ସମ୍ପର୍କରେ ଏହି ଟିମ୍ ଯାଞ୍ଚ କରିବା ସହ ଏ ବାବଦରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ବାଲେଶ୍ଵର ମେଡିକାଲ ବୁଲିଲା କେନ୍ଦ୍ରୀୟ ଟିମ

ପ୍ରକାଶ ଥାଉକି, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏମିତି ଟିମ ଗଠନ କରାଯାଇଛି ଯେଉଁମାନେ ବିଭିନ୍ନ ରାଜ୍ୟର ଜିଲ୍ଲାସ୍ତରୀୟ ମେଡିକାଲ ବୁଲି ସେଠାରେ ଟ୍ରମା ସେଣ୍ଟର ଗୁଡିକର କାର୍ଯ୍ୟକାରିତା ଓ ଆବଶ୍ୟକତା ନେଇ ତଥ୍ୟ ହାସଲ କରିବେ। ଏହି ତଥ୍ୟ ଅନୁସାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.