ETV Bharat / state

ହଳଦିଆ ଫେରିଘାଟର ଦୁଃଖ, କେନ୍ଦ୍ରମନ୍ତ୍ରୀଙ୍କ ଘଟଣାସ୍ଥଳ ପରିଦର୍ଶନ - ହଳଦିଆ ଫେରିଘାଟ

ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ହଳଦିଆ ଫେରିଘାଟ। ଯେଉଁଠି ପ୍ରତିଦିନ ବାଜି ଲାଗୁଛି ଲୋକଙ୍କ ଜୀବନ । ଡ଼ଙ୍ଗାରେ ବିପଦଜନକ ଭାବେ ଯାତାୟତ ଅନେକ ସମୟରେ ଲୋକଙ୍କୁ ପଡିଛି ମହଙ୍ଗା । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 10, 2019, 11:46 PM IST

ବାଲେଶ୍ଵର: ଜିଲ୍ଲାର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ହଳଦିଆ ଫେରିଘାଟ। ଯେଉଁଠି ପ୍ରତିଦିନ ବାଜି ଲାଗୁଛି ଲୋକଙ୍କ ଜୀବନ । ହଳଦିଆ ଗାଁରୁ ଡିଙ୍ଗାବାଲି ମଝିରେ ପଡେ ବୁଢ଼ାବଳଙ୍ଗ ନଦୀ । ଯିବା ଆସିବା ପାଇଁ 5ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୋଲ କାମ ଏଯାଏଁ ସରିନି । ଆଵଶ୍ୟକତା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଲୋକେ ଏକ ଦେଶୀ ଡଙ୍ଗାକୁ କରିଛନ୍ତି ଭରଷା।

ଡ଼ଙ୍ଗାରେ ବିପଦଜନକ ଯାତାୟତ ଅନେକ ସମୟରେ ଲୋକଙ୍କୁ ପଡିଛି ମହଙ୍ଗା । ଗତବର୍ଷ ଡଙ୍ଗାର ନାଉରିଆ ନଦୀରେ ପଡି ନିଖୋଜ ହୋଇଥିବା ଖବର ମନରୁ ନ ଲିଭୁଣୁ ଗତ 8 ତାରିଖରେ 30 ଯାତ୍ରୀ ନେଇ ଯାଉଥିବା ଡଙ୍ଗା ମଝି ନଈରେ ଓଲଟି ପଡିଲା । ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ 10ଟିରୁ ଊର୍ଦ୍ଧ୍ବ ସାଇକେଲ ଓ ଲୋକଙ୍କ ଜିନିଷ ପତ୍ର ବୁଡି ଯାଇଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଘାଟ ନିକଟରେ ପ୍ରଶାସନ ପହଞ୍ଚି ଲୋକଙ୍କ କଥା ଶୁଣିଥିଲା । ରେମୁଣା ବିଧାୟକ, ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ଦୂର ପାଇଁ ଦେଇଥିଲେ ପ୍ରତିଶ୍ରୁତି । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ପୋଲକାମ ହାତକୁ ନେଇଥିବା ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରିବା ସହ ମୋଟର ବୋଟ ବ୍ୟବସ୍ଥା ପାଇଁ ଲୋକଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି ।

ତେବେ ବୁଡିଯାଇଥିବା ଡଙ୍ଗା କୂଳକୁ ଆଣି ଲୋକେ ତାକୁ ସଜାଡିବାରେ ଲାଗି ପଡିଛନ୍ତି । ସେମାନଙ୍କ ଯାତାୟତର ସୁବନ୍ଦୋବସ୍ତ କେବେ ହେଉଛି ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ?

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ହଳଦିଆ ଫେରିଘାଟ। ଯେଉଁଠି ପ୍ରତିଦିନ ବାଜି ଲାଗୁଛି ଲୋକଙ୍କ ଜୀବନ। ହଳଦିଆ ଗାଁରୁ ଡିଙ୍ଗାବାଲି ମଝିରେ ପଡେ ବୁଢ଼ାବଳଙ୍ଗ ନଦୀ। ଯିବା ଆସିବା ପାଇଁ 5ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୋଲକାମ ଏଯାଏ ସରିନି। ଆଵଶ୍ୟକତା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଲୋକମାନେ ଏକ ଦେଶୀଡଙ୍ଗାକୁ କରିଛନ୍ତି ଭରସା। ଡ଼ଙ୍ଗାରେ ବିପଦଜନକ ଯାତାୟତ ଅନେକ ସମୟରେ ଲୋକଙ୍କୁ ପଡିଛି ମହଙ୍ଗା। ଗତବର୍ଷ ଡଙ୍ଗା ବାହୁଥିବା ନାଉରିଆ ନଦୀରେ ପଡି ନିଖୋଜ ହୋଇଥିବା ଖବର ମନରୁ ନ ଲିଭୁଣୁ ଗତ 8 ତାରିଖ 30 ଯାତ୍ରୀ ନେଇ ଯାଉଥିବା ଡଙ୍ଗା ମଝି ନଈରେ ଓଲଟି ପଡିଲା। ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ 10ଟିରୁ ଉର୍ଦ୍ଧ୍ୱ ସାଇକେଲ ଓ ଲୋକଙ୍କ ଜିନିଷ ପତ୍ର ବୁଡି ଯାଇଥିଲା। ଘାଟ ନିକଟରେ ପ୍ରଶାସନ ପହଞ୍ଚି ଲୋକଙ୍କ କଥା ଶୁଣିଥିଲା। ରେମୁଣା ବିଧାୟକ, ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ଦୂର ପାଇଁ ଦେଇଥିଲେ ପ୍ରତିଶୃତି। ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ପୋଲକାମ ହାତକୁ ନେଇଥିବା ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରିବା ସହ ମୋଟର ବୋଟ ବ୍ୟବସ୍ଥା ପାଇଁ ଲୋକଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି। ତେବେ ବୁଡିଯାଇଥିବା ଡଙ୍ଗା କୂଳକୁ ଆଣି ଲୋକମାନେ ତାକୁ ସଜାଡିବାରେ ଲାଗି ପଡିଛନ୍ତି। ସେମାନଙ୍କ ଯାତାୟତର ସୁବନ୍ଦୋବସ୍ତ କେବେ ହେଉଛି ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.