ETV Bharat / state

ଅଚଳ ସିସିଟିଭିରେ ପଡୁନି ପ୍ରଶାସନର ନଜର, ବଢୁଛି ଅପରାଧ

author img

By

Published : Mar 13, 2021, 9:01 PM IST

ବାଲେଶ୍ବର ସହରରେ ଅଚଳ ସିସିଟିଭି । ପଡୁନି ପ୍ରଶାସନର ଦୃଷ୍ଟି । ଅଧିକ ପଢନ୍ତୁୁ...

ଅଚଳ ସିସିଟିଭି ଉପରେ ପଡୁନି ପ୍ରଶାସନର ନଜର, ବଢୁଛି ଅପରାଅଚଳ ସିସିଟିଭି ଉପରେ ପଡୁନି ପ୍ରଶାସନର ନଜର, ବଢୁଛି ଅପରାଧଧ
ଅଚଳ ସିସିଟିଭି ଉପରେ ପଡୁନି ପ୍ରଶାସନର ନଜର, ବଢୁଛି ଅପରାଧ

ବାଲେଶ୍ବର : ସହରକୁ ସୁନ୍ଦର କରି ଗଢି ତୋଳିବା ପାଇଁ ମଧ୍ୟ ପ୍ରଶାସନ କରୁଛି ପ୍ରଚେଷ୍ଟା । ଏହାରି ଭିତରେ ସହରର ସୁରକ୍ଷା ଓ ସହରବାସୀଙ୍କ କଥା ଭୁଲି ଯାଇଛି ଜିଲ୍ଲା ପ୍ରଶାସନ। ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ 20 ଲକ୍ଷ ଟଙ୍କାର ସିସିଟିଭି ଲଗାଯାଇଥିଲା। ହେଲେ ଏବେ 16ଟି ସ୍ଥାନ ମଧ୍ୟରୁ ମାତ୍ର 4ଟି ସ୍ଥାନରେ ସିସିଟିଭି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ବର ସହରରେ ଅପରାଧ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଲଗାଯାଇଥିଲା ସିସି କ୍ୟାମେରା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ୬ ମାସ ହେଲା ଅଚଳ ହୋଇପଡ଼ିଛି। ଫଳରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଥିବା ଓ ସୁରକ୍ଷା ବ୍ୟବସ୍ଥା ଢିଲା ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ଅଚଳ ସିସିଟିଭିରେ ପଡୁନି ପ୍ରଶାସନର ନଜର, ବଢୁଛି ଅପରାଧ

୨୦୧୭ ମସିହାରେ ବାଲେଶ୍ବର ପ୍ରଶାସନର ପ୍ରଚେଷ୍ଟାରେ ଜିଲ୍ଲାର ବିଭିନ୍ନ ଶିଳ୍ପ, ବାଣିଜ୍ୟ, ପରିବହନ ସଂସ୍ଥା ଏବଂ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ଆଇଟିଆଇ ଛକ, ପୁଲିସ ଲାଇନ୍‌ ଛକ, ଷ୍ଟେସନ ଛକ, ରେଳଷ୍ଟେସନ, ଫକୀରମୋହନ ଗୋଲେଇ, ବସ୍‌ଷ୍ଟାଣ୍ଡ, ଫାଣ୍ଡି ଛକ, ସିନେମା ଛକ,ଗୋଳାପୋଖରୀ, ହରିପୁର, ମିର୍ଜାପୋଖରୀ, ଗଡ଼ଗଡ଼ିଆ, ଫକୀରମୋହନ କଲେଜ, ପଢ଼ୁଆଁପଦା, ମଠସାହି, ଭାସ୍କରଗଞ୍ଜ ଆଦି ସ୍ଥାନରେ ଲାଗିଥିଲା ସିସିଟିଭି । ମାତ୍ର ଦୁର୍ଭାଗ୍ୟର ବିଷୟ ଷ୍ଟେସନଛକ, ଫକୀରମୋହନ ଗୋଲେଇ ଓ ପୋଲିସଲାଇନକୁ ଛାଡ଼ିଦେଲେ ଅନ୍ୟ କେଉଁଠି ବି ସିସିଟିଭି କାମ କରୁନାହିଁ ।

ଓଟି ରୋଡ଼ରେ ଲାଗିଥିବା କ୍ୟାମେରା ସେଠାରେ ଡିଜିଟାଲ ସିଗନାଲ ବ୍ୟବସ୍ଥା ପାଇଁ ଖୋଲାଯାଇଥିଲା ସତ ହେଲେ ଅନ୍ୟ ଜାଗାରେ ରକ୍ଷଣାବେକ୍ଷଣ ଅଭାବରୁ ତାହା କାମକରୁନାହିଁ। ଏପଟେ ଆହୁରି 8ଟି ସ୍ଥାନରେ 54 ଟି ନୂତନ ସିସିଟିଭି ଲାଗିବା ନେଇ ପ୍ରସ୍ତାବ ଦିଆଯାଇଛି । ହେଲେ ଅଚଳ ହୋଇ ପଡ଼ିଥିବା ସିସିଟିଭି ଗୁଡିକ କେବେ କାର୍ଯ୍ୟକାରୀ ହେବ ତାହା ବିରାଟ ପ୍ରଶ୍ନବାଚୀ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ସହରବାସୀ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.