ETV Bharat / state

କୋରୋନା ପାଇଁ ସଙ୍କଟରେ କୌଳିକ ବୃତ୍ତି, ଦୁର୍ଦ୍ଦିନରେ ବେତ କାରିଗର - Cane artist facing problem

ଲକଡାଉନ ପାଇଁ ଦୁର୍ଦ୍ଦିନରେ ବେତ କାରିଗର । କୋରୋନା ମହାମାରୀ ସମୟରେ କିଭଳି କୌଳିକ ବୃତ୍ତି ବଞ୍ଚାଇ ରଖିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ଅଧିକ ପଢନ୍ତୁ...

କୋରୋନା ପାଇଁ ସଂକଟରେ କୌଳିକ ବୃତ୍ତି: ଦୁର୍ଦ୍ଦିନରେ ବେତ କାରିଗର

author img

By

Published : Jul 16, 2020, 7:18 PM IST

ବାଲେଶ୍ବର: ପ୍ଲାଷ୍ଟିକ ଯୁଗରେ ବି ବେତରେ ତିଆରି ସରଞ୍ଜାମ ପ୍ରତି ରହିଛି ଲୋକଙ୍କ ଆଗ୍ରହ । ଏଥିପାଇଁ ଯାନି ଯାତରା ଠୁ ଆରମ୍ଭ କରି ବିଭିନ୍ନ ମେଳା ମହୋତ୍ସବରେ ଖୋଜା ପଡେ ବେତ ତିଆରି ସାମଗ୍ରୀ । ଅଧିକ ଦିନ ନଷ୍ଟ ନହେବା ସହ ବେତର ସାମଗ୍ରୀ ଆକର୍ଷଣୀୟ କାରୁକାର୍ଯ୍ୟ ପାଇଁ ସମସ୍ତଙ୍କ ପସନ୍ଦର ପାତ୍ର ପାଲଟିଥାଏ । ହେଲେ କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବେତ କାରିଗର ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି ।

କୋରୋନା ପାଇଁ ସଂକଟରେ କୌଳିକ ବୃତ୍ତି: ଦୁର୍ଦ୍ଦିନରେ ବେତ କାରିଗର

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ୟାମରାଇପୁରରେ ଉମାକାନ୍ତ ଜେନା ଓ ଜୟନ୍ତ ଜେନା ଦୁଇଭାଇ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ଜିଲ୍ଲାର ଏକମାତ୍ର ପରିବାର ଯିଏ କି ବଂଶାନୁକ୍ରମିକ ଭାବେ ବେତରେ ବହୁତ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଦୀର୍ଘବର୍ଷ ଧରି ପ୍ରାୟ 25 ପ୍ରକାରର ଆଇଟମ ତିଆରି କରି ଦୁଇଭାଇ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି । ଏଥିପାଇଁ ସରକାରୀ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ସ୍ତରରେ ଲାଗୁଥିବା ପଲ୍ଲିଶ୍ରୀ ମେଳାରେ ବେତ ତିଆରି ସାମଗ୍ରୀର ବେଶ ଚାହିଦା ରହିଛି। ବେତରେ ତିଆରି ଫୁଲ ଚାଙ୍ଗୁଡ଼ି, ଷ୍ଟୁଲ, ଚେୟାର, ସୋଫା ଆଦିର ମଧ୍ୟ ଚାହିଦା ରହିଛି । ଏହିସବୁ ସାମଗ୍ରୀ ତିଆରି କରିବା ପାଇଁ ଆସାମରୁ 6 ଜଣ କାରିଗର ଆସି ସେମାନଙ୍କୁ ସହଯୋଗ କରୁଛନ୍ତି । ବାହାର ରାଜ୍ୟରୁ ବେତ ଆମଦାନୀ କରି ଦୁଇଭାଇ ସେଥିରେ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଲୋକାଦୃତ ହୋଇଛନ୍ତି । ହେଲେ କୋରୋନା ଏମାନଙ୍କ ପାଇଁ ଯେପରି ପାଚେରୀ ହୋଇ ଛିଡା ହୋଇଛି । ବର୍ତ୍ତମାନ ବେତ ଆମଦାନୀ କରିବାରେ ଅସୁବିଧା ହେଉଥିବା ବେଳେ ବସ ଯୋଗେ ଆସୁଥିବା ବେତର ଭଡା ଅଧିକ ହୋଇଯାଉଥିବା ସେମାନେ କହିଛନ୍ତି । ଏହାସହ ବଜାରରେ ତିଆରି ହୋଇଥିବା ସାମଗ୍ରୀ ବିକ୍ରି ହୋଇ ପାରୁ ନଥିବାରୁ ବାହାର ରାଜ୍ୟରୁ ଆସିଥିବା କାରିଗର ମାନଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି ଦୁଇଭାଇ । କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ତଥା ପ୍ରକୃତିର ଅବଦାନରୁ ତିଆରି କରାଯାଉଥିବା ସାମଗ୍ରୀ ଉପରେ ସରକାରୀ ଦୃଷ୍ଟି କେବେ ପଡିବ ତାହା ଏବେ ପ୍ରଶ୍ନବାଚୀ ?

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.