ETV Bharat / state

ଓଡିଶାରେ ପ୍ରଥମଥର ‘କେଜ କଲଚର’ ପ୍ରକଳ୍ପ କାର୍ଯ୍ୟକ୍ରମ, ବ୍ୟାନରରେ ନାଁ ନଥିବାରୁ ବିଧାୟକ କ୍ଷୁବ୍ଧ

author img

By

Published : Jan 10, 2021, 5:09 PM IST

ଗଭୀର ସମୁଦ୍ରରେ ଅତ୍ୟାଧୁନିକ ପଦ୍ଧତିରେ ମତ୍ସ୍ୟ ଉତ୍ପାଦନ ସୁବିଧା ପାଇଁ ଓଡିଶାରେ ପ୍ରଥମଥର ‘କେଜ କଲଚର’ ପ୍ରକଳ୍ପ ନିର୍ମାଣ ହେବ । ଅଧିକ ପଢନ୍ତୁ...

ଓଡିଶାରେ ପ୍ରଥମଥର ‘କେଜ କଲଚର’ ପ୍ରକଳ୍ପ କାର୍ଯ୍ୟକ୍ରମ

ବାଲେଶ୍ବର: ଗଭୀର ସମୁଦ୍ରରେ ଅତ୍ୟାଧୁନିକ ପଦ୍ଧତିରେ ମତ୍ସ୍ୟ ଉତ୍ପାଦନ ସୁବିଧା ପାଇଁ ଓଡିଶାରେ ପ୍ରଥମଥର ‘କେଜ କଲଚର’ ପ୍ରକଳ୍ପ ନିର୍ମାଣ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ 2 କୋଟି 57 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ‘କେଜ କଲଚର’ ପ୍ରକଳ୍ପ ନିର୍ମାଣର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ସଦର ବ୍ଲକ ବାହାବଳପୁରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଭୂମିପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିଲେ । ଏହାସହ ବାଲେଶ୍ବର ଜିଲ୍ଲାପାଳଙ୍କ ସମେତ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଯୋଗଦେଇ ଥିଲେ। ମାତ୍ର ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ବିରାଟ ବ୍ୟତିକ୍ରମ।

ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ମାତ୍ର ତାଙ୍କ ନାମ କିମ୍ବା ଫଟୋ ବ୍ୟାନରରେ ନଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ତାଙ୍କୁ ଅପମାନ ବୋଲି କହି ବିଧାୟକ ମଞ୍ଚ ଉପରକୁ ନଯାଇ ଫେରି ଆସିଥିଲେ। ଏହାକୁ ନେଇ କିଛି ସମୟ କର୍ମୀମାନଙ୍କ ମହଲରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.