ବାଲେଶ୍ବର: ବିଳମ୍ବିତ ରାତିରେ ବସ୍କୁ ଅଟକାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ।
ସୂଚନାନୁସାରେ, ଶନିବାର ବିଲମ୍ବିତ ରାତିରେ ମୟୂରଭଞ୍ଜ ଶରତରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା 'ବିଜୟା' ନାମକ ଏକ ଘରୋଇ ବସ । ଏହି ସମୟରେ 19 ନମ୍ବର ରାଜ୍ୟ ରାଜପଥ ଶେରଗଡ-ଉଦଳା ରାସ୍ତାର ସଜନାଗଡ଼ରୁ 4 ଜଣ ଦୁର୍ବୃତ୍ତ ବସ୍ର ପିଛ କରିଥିଲେ । ଜାମୁଡିହି ସାହି ନିକଟରେ ଲୁଟେରାମାନେ ବସକୁ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ ମାରି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ ।
ସେପଟେ ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସରେ ଥିବା ଯାତ୍ରୀ କେହି ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇନାହାନ୍ତି । ପୂର୍ବରୁ ମଧ୍ୟ ନୀଳଗିରି ଅଞ୍ଚଳରେ ଏମିତି ଲୁଟ ଘଟଣା ସାମନା ଆସିଥିଲା । ବାରମ୍ବାର ଉକ୍ତ ଅଞ୍ଚଳରେ ଲୁଟପାଟ୍ ବଢୁଥିବାବେଳେ ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ