ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ପୋଲିସ ପ୍ରମୋସନ ପ୍ରକ୍ରିୟାରେ ପରିବର୍ତ୍ତନ । ଡାଇରେକ୍ଟ ବା ସିଧାସଳଖ ଓପିଏସ(OPS) ପାଇଥିବା ଅଫିସରଙ୍କୁ ସିଧାସଳଖ ପ୍ରମୋସନ ଦେଇଛନ୍ତି ମୋହନ ସରକାର । ୪ ଟି ବ୍ୟାଚର ୬୦ ଜଣ ଓପିଏସଙ୍କୁ ଡାଇରେକ୍ଟ ପ୍ରମୋସନ ଦେଇ ଅତିରିକ୍ତ ଏସପି ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୋଟ ୮୯ ଜଣ ଉପ ଆରକ୍ଷୀ ଅଧିକାରୀ(DSP)ଙ୍କୁ ଅତିରିକ୍ତ ଏସପି(ASP) ଭାବେ ପ୍ରମୋସନ ମିଳିବା ସହ ବଦଳୀ କରାଯାଇଛି । ୧୧ ଜଣ ଅତିରିକ୍ତ ଏସପିଙ୍କୁ ମଧ୍ୟ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୋଲିସ ଅଫିସରଙ୍କ ପ୍ରୋମୋସନ ଓ ପୋଷ୍ଟିଂ:
ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, 100 ଜଣ ପୋଲିସ ଅଫିସରଙ୍କ ହୋଇଛି ପ୍ରୋମୋସନ ଓ ପୋଷ୍ଟିଂ। 89 ଜଣଙ୍କୁ ଅତିରିକ୍ତ ଏସପି ଭାବେ ପ୍ରମୋସନ ମିଳିଥିବା ବେଳେ 11 ଅତିରିକ୍ତ ଏସପି ଅନ୍ୟ ସ୍ଥନକୁ ବଦଳି କରାଯାଇଛି । ପ୍ରଥମ ଥର ପାଇଁ 60 ଜଣ ଡାଇରେକ୍ଟ OPSଙ୍କୁ ଡାଇରେକ୍ଟ ଅତିରିକ୍ତ ଏସପି ଭାବେ ପ୍ରମୋସନ ଦେଇଛନ୍ତି ରାଜ୍ୟ ସରକାର । ନଜର ପକାନ୍ତୁ କେଉଁ ମାନଙ୍କର ପ୍ରମୋସନ ଓ ପୋଷ୍ଟିଂ ହୋଇଛି ।
କାନ୍ଧରେ ଲାଗିବ ଅଶୋକ ସ୍ତମ୍ଭ:
ପ୍ରମୋସନ ପାଇଥିବା ଅଫିସର ଏବେ ତିନି ତାରକା ଡିଏସପିର ବ୍ୟାଚ ନପିନ୍ଧି ଅଶୋକ ସ୍ତମ୍ଭ କାନ୍ଧରେ ପିନ୍ଧିବେ । ସେମାନେ ଅତିରିକ୍ତ ଏସପି ଭାବେ ଦରମା ସହ ସମସ୍ତ ସୁବିଧା ସୁଯୋଗ ମଧ୍ୟ ପାଇବେ ।
ଡାଇରେକ୍ଟ ପ୍ରମୋସନ ପାଇଁ ଆଶଙ୍କା:
ତେବେ ଦିର୍ଘଦିନ ଧରି ପ୍ରମୋସନ ପାଇଁ ଇନିସପେକ୍ଟରରୁ ଓପିଏସ ପ୍ରମୋସନ ପାଇଥିବା ଅଫିସରଙ୍କ ମଧ୍ୟରେ ଆଶଙ୍କା ରହିଥିଲା । ଯଦି ଡାଇରେକ୍ଟ ଡିଏସପି ଭାବେ ନିଯୁକ୍ତ ଅଫିସର ଡାଇରେକ୍ଟ ପ୍ରମୋସନ ପାଇଲେ, ତେବେ ପ୍ରମୋସନ ପାଇଁ ଆସିଥିବା ଓପିଏସ ଅଫିସରଙ୍କୁ ଅତିରିକ୍ତ ଏସପି ଭାବେ ପୋଷ୍ଟିଂରେ ସମସ୍ୟା ଉପୁଜିବ । ଯେଉଁ ଅଫିସର ପ୍ରମୋସନ ପାଇଥିବା ଓପିଏସ ସେମାନେ ପର୍ଯ୍ୟାପ୍ତ ପରିମାଣର ଅତିରକ୍ତ ଏସପି ଭାବେ ପ୍ରମୋସନ ପାଇପାରିବେ ପାଇବେ ନାହିଁ । କିନ୍ତୁ ତାକୁ ୬୦ ପ୍ରତିଶତ ଭାବେ ପ୍ରମୋସନ ଓପିଏସ ଓ ଡାଇରେକ୍ଟ ଓପିଏସ ମାନଙ୍କୁ ୪୦ ପ୍ରତିଶତ ଅଫିସରଙ୍କୁ ଏଭଳି ପ୍ରମୋସନରେ ନିଯୁକ୍ତ କରଯାଇଛି । ଫଳରେ ୟଙ୍ଗ ଅଫିସର ଯେଉଁମାନେ ୨୦୧୬ ପରଠୁ ଡାଇରେକ୍ଟ ଓପିଏସ ପାଇଥିଲେ, ସେମାନଙ୍କ ୪ଟି ବ୍ୟାଚ ଅଫିସର ସିଧାସଳଖ ଅତିରିକ୍ତ ଏସପି ଭାବେ ଏବେ ଦାୟିତ୍ବ ତୁଲାଇବେ।
ଇଟିଭି ଭାରତ, ଭୁବନେଶ୍ବର