ବାଲେଶ୍ଵର: ବସ-ଟ୍ରକ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ 20 ଜଣ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାର ନୀଳଗିରି-ଉଦଳା ରାସ୍ତାର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ବୁଧବାର ବାଲେଶ୍ବରରୁ ଉଦଳା ଯାଉଥିବା ଏକ ଘରୋଇ ବସ ସାମ୍ନାରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହା ପରେ ବସଟି ଏକ ଗଛରେ ବାଡେଇ ହୋଇଯାଇଥିଲା। ଏ ଘଟଣାରେ 5ରୁ ଅଧିକ ଗୁରୁତର ହୋଇଥିବା ବେଳେ 20ରୁ ଅଧକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ବରମପୁର ଓ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏପଟେ ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ