ETV Bharat / state

ବାଲେଶ୍ବରରେ ‘ବୁଲବୁଲ’ ପ୍ରଭାବ, ପ୍ରସ୍ତୁତ ପ୍ରଶାସନ

ଓଡିଶାରେ ବୁଲବୁଲ ପ୍ରଭାବ। ଉପକୂଳବର୍ତ୍ତୀ ଅଞ୍ଚଳକୁ ସର୍ତକ ସୂଚନା।

author img

By

Published : Nov 9, 2019, 11:41 AM IST

Updated : Nov 9, 2019, 2:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲେଶ୍ବର

ବାଲେଶ୍ଵର: ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ‘ବୁଲୁବୁଲ’ ର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରୁ ଜିଲ୍ଲାରେ ବର୍ଷା ଲାଗିରହିଛି। ଏଥିପାଇଁ ଚାନ୍ଦିପୁର ଓ ଭୋଗରାଇର ତାଳସାରୀ ସମୁଦ୍ରକୂଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷରେ ସଦର ବ୍ଲକ ଅଧିନସ୍ଥ ରାଇସୁଆଁରେ ଲଗାଣ ବର୍ଷା ଯୋଗୁଁ ଏକ ବିରାଟ ତେନ୍ତୁଳି ଗଛ ଉପୁଡି ରାସ୍ତାରେ ପଡିଛି। ଏହାଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପାଇଁ ବାଲେଶ୍ୱରରୁ ଏନଡିଆରଏଫ ଟିମ ପହଞ୍ଚିଛନ୍ତି।

ମତ୍ସ୍ୟଜୀବୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ଦିଆଯାଇଛି। ତଳିଆ ଅଞ୍ଚଳର 311 ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ପରିବା ଦୋକାନରେ ଯେଉଁ ମାତ୍ରାରେ ଭିଡ଼ ଲାଗୁଥିଲା ତାହା କମିବାରେ ଲାଗିଛି। ପବନର ମାତ୍ରା କମ ଥିଲେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲେଶ୍ବର

ବାଲେଶ୍ୱରରେ 41.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଉ କିଛି ସମୟ ପରେ ବାଲେଶ୍ବର ଦେଇ ବୁଲୁବୁଲ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଛୁଟି ଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବୁଲୁବୁଲର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ରାତି ଠାରୁ ଲଗାଣ ବର୍ଷାରେ ବାଲେଶ୍ଵରବାସୀ ଅଣନିଶ୍ୱାସୀ ହୋଇପଡିଛନ୍ତି।

ଚାନ୍ଦିପୁର ଓ ଭୋଗରାଇର ତାଳସାରୀ ସମୁଦ୍ର କୁଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନାଉରିଆ ତଥା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ତଳିଆ ଅଞ୍ଚଳର 311 ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ବାଲେଶ୍ଵର ସହରର ପ୍ରମୁଖ ଜନଗହଳି ସ୍ଥାନ ଗୁଡିକ ଖାଁ ଖାଁ ଲାଗୁଚି। ପରିବା ଦୋକାନରେ ଯେଉଁ ମାତ୍ରାରେ ଭିଡ଼ ଥାଏ ତାହା କମିଥିବା ପରିଲିକ୍ଷିତ ହୋଇଛି। ପବନର ମାତ୍ରା କମ ଥିଲେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିଛି। ବାଲେଶ୍ୱରରେ 41.5 ମିଲି ବର୍ଷା ରେକର୍ଡ କରାଯାଇଛି। ଆଉ ଘଣ୍ଟାଏ ପରେ ବାଲେଶ୍ୱରରେ ବୁଲୁବୁଲ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଛୁଟି ଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।Conclusion:
Last Updated : Nov 9, 2019, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.