ବାଲେଶ୍ବର: ଆଜି ଲୋକସଭାରେ ଆଗତ ହୋଇଛି ମୋଦିଙ୍କ ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ଥାନରୁ ବିଭିନ୍ନ ପତିକ୍ରିୟା ଆସିବାରେ ଲାଗିଛି । ନିର୍ମଳାଙ୍କ ବଜେଟ୍ ସବୁ ବର୍ଗର ଲୋକଙ୍କ ପାଇଁ ହୋଇଥିବାରୁ ଏହାକୁ ନେଇ କଣ ରହିଛି ବାଲେଶ୍ବରବାସୀଙ୍କ ପ୍ରତିକ୍ରିୟା । ଏନେଇ ଜିଲ୍ଲାର କିଛି ବରିଷ୍ଠ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଆମ ବାଲେଶ୍ବର ସମ୍ବାଦଦାତା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ