ବାଲେଶ୍ବର: ଲକଡାଉନର ସୁଯୋଗରେ ମାତିଛନ୍ତି ବ୍ରାଉନସୁଗାର ମାଫିଆ । ବିଭିନ୍ନ ଉପାୟରେ ବାହାରକୁ ହେଉଛି ଚାଲାଣ । ଜଳେଶ୍ବରରେ ପୁଣି ଜବତ ହୋଇଛି ବ୍ରାଉନସୁଗାର । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ହେବ ।
ବାଲେଶ୍ଵର ଜିଲ୍ଲା ଜଳେଶ୍ବରରେ ପୁଣି ଜବତ ହୋଇଛି ବ୍ରାଉନସୁଗାର । ଅତି ଚାଲାକ ସହ ବେପାରୀ ଜଣଙ୍କ ମାଛ ପାଟିରେ ବ୍ରାଉନସୁଗାର ପୁରାଇ ଚାଲାଣ କରୁଥିଲା । ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଘଟଣା ସମ୍ପର୍କରେ ଖବର ପାଇ ବେପାରୀକୁ କାବୁ କରିଥିଲେ । ବେପାରୀ ନିକଟରୁ 30 ଗ୍ରାମର 3ଟି ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଛି । ବେପାରୀ ଜଣଙ୍କ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ବାଲେଶ୍ଵର ଅଞ୍ଚଳରେ କାରବାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବେପାରୀ ଜଣଙ୍କ ପଶ୍ଚିମବଙ୍ଗ ଦାନ୍ତନ ଅଞ୍ଚଳର ବୋଲି ଜଣାପଡିଛି ।