ETV Bharat / state

ବଡ ଭାଇର ଶାବଳ ମାଡରେ ସାନ ଭାଇର ମୃତ୍ୟୁ

author img

By

Published : Jul 8, 2020, 6:48 PM IST

Updated : Jul 8, 2020, 6:54 PM IST

ଜମିବାଡି ଗଣ୍ଡଗୋଳରୁ ବଡଭାଇ ନେଲା ସାନଭାଇର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ । ପୋଲିସ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଭାଇ ସାଜିଲା ଭଗାରୀ: ଶାବଳରେ ପିଟି ନେଲା ସାନଭାଇର ଜୀବନ

ବାଲେଶ୍ବର: ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ବଡ଼ ଭାଇର ଶାବଳ ମାଡ଼ରେ ସାନଭାଇର ମୃତ୍ୟୁ । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅବଜଣା ପଞ୍ଚାୟତ ଡୁବିଆ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ରମାକାନ୍ତ ପରିଡା ଓ ଉମାକାନ୍ତ ପରିଡାଙ୍କ ମଧ୍ୟରେ କିଛିଦିନ ଧରି ଜମିଜମାକୁ ନେଇ ବିବାଦ ଲାଗି ରହୁଥିଲା ।

ବଡ ଭାଇର ଶାବଳ ମାଡରେ ସାନ ଭାଇର ମୃତ୍ୟୁ

ଏହାକୁ କେନ୍ଦ୍ରକରି ଉମାକାନ୍ତ ବଜାରରୁ ଫେରିବା ବେଳେ ବଡଭାଇ ରମାକାନ୍ତ ପୂର୍ବ ଯୋଜନା ଅନୁଯାୟୀ ଉମାକାନ୍ତଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଉମାକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହତ୍ୟାକାରୀ ବଡଭାଇକୁ ପାଖ ଗ୍ରାମରୁ ସିମୁଳିଆ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 8, 2020, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.