ETV Bharat / state

ଦାଦନ ଖଟାଇବାକୁ ନାବାଳିକାଙ୍କୁ ନେଉଥିଲା ଦଲାଲ, ଧରିଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା

ଅଧା ରହିଗଲା ଦଲାଲର ସ୍ବପ୍ନ । ଆଦିବାସୀ ନାବାଳିକାଙ୍କୁ ବାହାର ରାଜ୍ୟରେ ଦାଦନ ଭାବେ ଖଟାଇ ମାଲେମାଲ ହେବାର ଲକ୍ଷ୍ୟ ନେଇ ଵାହରିଥିଲା ଦଲାଲ। ମାତ୍ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଦଲାଲଙ୍କୁ କାବୁ କରି ନାବାଳିକାଙ୍କୁ ଉଦ୍ଧାର କଲେ ଇଦ୍ଧାର। ଅଧିକ ପଢ଼ନ୍ତୁ

author img

By

Published : Jan 8, 2023, 7:44 PM IST

ଅଧା ରହିଗଲା ଦଲାଲର ସ୍ବପ୍ନ
ଅଧା ରହିଗଲା ଦଲାଲର ସ୍ବପ୍ନ
ଅଧା ରହିଗଲା ଦଲାଲର ସ୍ବପ୍ନ

ବାଲେଶ୍ୱର: ପଣ୍ଡ ହେଲା ଦଲାଲର ସ୍ବପ୍ନ । ନାବାଳିକାଙ୍କୁ ନେଇ ଦାଦନ ଭାବେ ଖଟାଇ ମାଲାମାଲ ହେବାକୁ ଯୋଜନା କରିଥିଲା ଦଲାଲ । ଆଦିବାସୀ ନାବାଳିକାଙ୍କୁ ବାହାର ରାଜ୍ୟରେ ଦାଦନ ଭାବେ ଖଟାଇବାକୁ ଚାଲାଣ କରୁଥିଲା । କିନ୍ତୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଏନେଇ ଖବର ମିଳିବା ପରେ ଦଲାଲକୁ କାବୁ କରିବା ସହ ଅନେକ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ଅଞ୍ଚଳରେ ଏମିତି ଘଟଣା ଘଟିଛି । ସୂଚନା ଅନୁସାରେ, ୯ଜଣ ଆଦିବାସୀ ନାବାଳିକା ଓ କିଛି ନାବାଳକଙ୍କୁ ନେଇ ମହାରାଷ୍ଟ୍ର ଯାଉଥିବା ୩ଜଣ ଦଲାଲଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ମହିଳା ଗୋଷ୍ଠୀ ଧରି ଖଇରା ପୋଲିସ ଜିମାରେ ଦେଇଛନ୍ତି । ଏଥିସହ ଆଦିବାସୀ ନାବାଳିକାମାନଙ୍କୁ ଉଦ୍ଧାର କରାଯାଇଛି।

ଦଲାଲଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟ ଜଣେ ଖଇରା ବ୍ଲକ କାକୁଡିଆ ଗ୍ରାମର ବୋଲି ଜଣାପଡିଛି । ଏହି ଦଲାଲମାନେ ନନ୍ଦୁର ରାସ୍ତାରେ ନାବାଳିକାମାନଙ୍କୁ ନେଉଥିବା ଖବର ପାଇ ମହିଳା ଗୋଷ୍ଠୀ ସେଠାରେ ପହଞ୍ଚିଥିଲେ । ହେଲେ ଦଲାଲମାନେ ସେମାନଙ୍କ ନିକଟରୁ ଖସି ଏକ ଅଟୋରେ ଖସି ପଳାଇ ଯାଉଥିବା ବେଳେ ସୋର-କୁପାରୀ ରାସ୍ତାର ନଟାପଡା ଛକଠାରେ କିଛି ଯୁବ ଗୋଷ୍ଠୀ ଅଟକାଇ ଥିଲେ । ପରେ ପୋଲିସ ଦଲାଲମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ଅଧିକ ତଦନ୍ତ ଚଳାଇଛି ।

ମାତ୍ର କେଇଟା ଟଙ୍କା ଲୋଭରେ ମଣିଷ ଅନ୍ଧ ହୋଇ ଲୋକଙ୍କ ଜୀବନ ନଷ୍ଟକରିବାକୁ ପଛାଉ ନାହାନ୍ତି । ଘଟଣା ଆଜିର ନୁହେଁ ବାରମ୍ବାର ଏପରି ଘଟଣା ସାମ୍ନକୁ ଆସୁଛି । ଏଭଳି ଘଟଣା ସାମ୍ନାକୁ ଆସିଲେ ସରକାରଙ୍କ ସମସ୍ତ ଯୋଜନା ମଧ୍ୟ ଫେଲ ମାରିବାରେ ଲାଗିଥିବା ମନେ ହେଉଛି ।

କେବଳ ବାଲେଶ୍ବର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସୁଛି । ବ୍ରହ୍ମପୁରରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମାଳୁଛି । ବ୍ରହ୍ମପୁର ରେଳ ଷ୍ଟେସନ ପାଲଟିଛି ମାନବ ଚାଳାଣର ଗଡ(human traffcking ) । 2022ରେ 343 ଦାଦନଙ୍କୁ ଉଦ୍ଧାର କରାଯାଇଛି । ରେଳବାଇ ସମେତ କେନ୍ଦ୍ର, ଓଡ଼ିଶା, ବିହାର ଓ ବିଭିନ୍ନ ରାଜ୍ୟକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନୋଟିସ ଜାରି କରି ରିପୋର୍ଟ ମାଗିଛନ୍ତି ।

ଜାତୀୟ ମାନବାଧିକାର(NHRC) ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଗଞ୍ଜାମ ଜିଲ୍ଲାର ରେଳଷ୍ଟେସନ ଦେଇ ବିହାରରୁ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ମାନବ ଚାଳାଣର ଏକ ପ୍ରମୁଖ କରିଡର ପାଲଟିଛି । ୨୦୨୨ ମସିହାରେ ସମୁଦାୟ ୩୪୩ ଜଣଙ୍କୁ ଏକାଧିକ ଅପରେସନ ମାଧ୍ୟମରେ ଷ୍ଟେସନରୁ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.