ବାଲେଶ୍ବର: ସୋରରେ ଥିବା ବ୍ରିଜ ଗୋପାଳ କନଷ୍ଟ୍ରକସନ କମ୍ପାନୀରେ ଶ୍ରମିକ ଅଶାନ୍ତି । ଦୀର୍ଘ ଦିନର ବକେୟା ଦରମା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ବ୍ରିଜ ଗୋପାଳ କନଷ୍ଟ୍ରକସନ କମ୍ପାନୀ ଦାୟିତ୍ୱ ନେଇଛି । ହେଲେ ସେଠାରେ କାମ କରୁଥିବା ଶହ ଶହ ଶ୍ରମିକମାନଙ୍କୁ ଦୀର୍ଘଦିନ ଧରି କମ୍ପାନୀ ଦରମା ଦେଇନଥିବା ଅଭିଯୋଗ ହୋଇଛି । ଯାହାଫଳରେ ବକେୟା ଦରମା ଦାବି କରି ଶ୍ରମିକମାନେ ହୋହାଲ୍ଲା କରିବା ସହ ଆନ୍ଦୋଳନ କରିଥିଲେ । ପରେ ସୋର ତହସିଲଦାର, ମ୍ୟୁନିସିପାଲିଟି ଅଫିସର ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ । କମ୍ପାନୀ ମ୍ୟାନେଜରଙ୍କ ସହ ଆଲୋଚନା କରି 12 ଜଣ ଶ୍ରମିକଙ୍କୁ ଦରମା ପ୍ରଦାନ କରିବା ସହ ବାକି ଶ୍ରମିକମାନଙ୍କୁ 2 ଦିନ ଭିତରେ ଦରମା ଦେବା ନେଇ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ହଟିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ