ବାଲେଶ୍ବର: ଅନେକ ଦିନରୁ ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ବର୍ତ୍ତମାନ ଏହି ବିବାଦ ସମାଧାନ ହେବାକୁ ଯାଉଛି । ଆଜି ସୁବର୍ଣ୍ଣରେଖା ନଦୀର ସୀମା ନିର୍ଦ୍ଧାରଣ କରିବା ପାଇଁ ପଶ୍ଚିମବଙ୍ଗରୁ ପ୍ରଶାସନିକ ଅଧିକାରୀ ବାଲେଶ୍ବରରେ ପହଞ୍ଚିଛନ୍ତି ।
ଉଭୟ ରାଜ୍ୟର ସାଇଣ୍ଟିଫିକ ଦଳଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି । 12କିଲୋମିଟର ଜଳପଥ ଉପରେ ବାଉଣ୍ଡରୀ ଲାଇନ ସ୍ଥାପନ ପାଇଁ ବୈଠକରେ ଆଲୋଚନା ହୋଇଛି । ଦୁଇଟି ରାଜ୍ୟର ମତକୁ ଧ୍ୟାନରେ ରଖି ଏକ ଭର୍ଚୁଆଲ ଲାଇନ ସ୍ଥିର କରାଯାଇଛି । ଓଡିଶାକୁ ଦୁଇଜଣ ବରିଷ୍ଠ ବୈଜ୍ଞାନିକ ସାମିଲ ଅଛନ୍ତି । ବୈଠକରେ ବାଲେଶ୍ବରର ଓର୍ଷାକର ମନୋଜ ସାନବଡ଼, ପ୍ରମୋଦ ପରିଡା, ଓଡିଶା ଲାଣ୍ଡ ରେକର୍ଡ଼ସ ଆଡିସନାଲ ଡ଼ାଇରେକ୍ଟର ନିଗମାନନ୍ଦ ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି।
ସେହିଭଳି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତନ୍ମୟ ଦାସ,ଜିଆଇଏସ କଂସଲଟାଣ୍ଟ, ବିକାଶ ରଏ, ସୁବର୍ଣ୍ଣରେଖା ସର୍ଭେ ଅଫିସର ଉପସ୍ଥିତ ଅଛନ୍ତି। ଆଜି କେବଳ ଏହି ଟେକନିକାଲ ଟିମ ସୁବର୍ଣ୍ଣରେଖା ନଦୀରେ କିଭଳି ଉଭୟେ ପକ୍ଷଙ୍କ ସହମତିରେ ଭର୍ଚୁଆଲ ଲାଇନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ