ETV Bharat / state

ବିଳମ୍ବିତ ରାତିରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ ଦୁର୍ବୃତ୍ତ, ଭୟଭୀତ ଲୋକେ

author img

By

Published : Mar 10, 2023, 1:28 PM IST

ସୋର ମଙ୍ଗଳପୁର ରାସ୍ତା ବାଗୁଡ଼ି ନବୋଦୟ ଛକରେ ଫାଙ୍କା ଗୁଳି ଚାଳନା । ମୁହଁରେ କପଡା ବାନ୍ଧି ତିନି ରାଉଣ୍ଡ ଫାଙ୍କା ଗୁଳି କରି ଫେରାର ହୋଇଯାଇଥିବା ସୂଚନା । ଅଧିକ ପଢନ୍ତୁ

blank firing in balasore
blank firing in balasore

blank firing in balasore

ବାଲେଶ୍ବର: ବିଳମ୍ବିତ ରାତିରେ ମାତିଲେ ଦୁର୍ବୃତ୍ତ । ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ । ସୋର ମଙ୍ଗଳପୁର ରାସ୍ତା ବାଗୁଡ଼ି ନାବୋଦୟ ଛକରେ ଏଭଳି କାଣ୍ଡ ଘଟାଇଥିଲେ ଦୁର୍ବୃତ୍ତ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋତା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ହୋଲିରେ ବାଗୁଡ଼ି ଅଞ୍ଚଳର ଜଣେ ନାବାଳିକାକୁ ଜଣେ ଯୁବକ ମାଡ଼ ମାରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉକ୍ତ ଘଟଣାକୁ ନେଇ ଗତକାଲି(ଗୁରୁବାର) ରାତିରେ 7ରୁ 8ଯୁବକ ନବୋଦୟ ଛକରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଗଣ୍ଡଗୋଳ କରିଥିଲେ । ନିକଟସ୍ଥ ଗ୍ରାମ ମହୁମୁହାଣର ଜଣେ ଯୁବକଙ୍କୁ ନବୋଦୟ ଛକରେ ଅଟକାଇବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଞ୍ଚଳର କିଛି ଲୋକଙ୍କ ସମ୍ପୃକ୍ତ ନିଶାସକ୍ତ ଯୁବକଙ୍କୁ ବିରୋଧ କରିଥିଲେ । ଏହି ଘଟଣା ଚାଲିଥିବା ବେଳେ ହଠାତ ମଙ୍ଗଳପୁର ଦିଗରୁ ଏକ ବାଇକରେ ତିନିଜଣ ଯୁବକ ମୁହଁରେ ଲୁଗା ଗୁଡ଼ାଇ ଘଟଣାସ୍ଥଳରେ ପହଞ୍ଚି ଫାଙ୍କା ଗୁଳିଚାଳଣା କରି ଫେରାର ହୋଇଯାଇଥିଲେ ।

ଗୁଳି ଫୁଟିବା ପରେ ଭୟରେ ଲୋକେ ଦୌଡି ପଳାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ସୋର ପୋଲିସ ନୋବଦୟ ଛକରେ ଫୁଟିଥିବା ଗୁଳିର ଖୋକା ଜବତ କରିଛି । ଏହାସହ ନାବାଳିକାଙ୍କୁ ମାଡ଼ ମାରିଥିବା ଯୁବକର ବାପାଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାକୁ ନେଇ ନାବାଳିକାର ବାପା ସୋର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଗୁଳି ଫୁଟାଇଥିବା ଯୁବକମାନଙ୍କୁ ଧରିବା ପାଇଁ ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ କରିଛି । ତେବେ ଏସପି ସାଗରିକା ନାଥ ଯୋଗଦେବା ପରେ ଅପରାଧ କମିଥିବା ନେଇ ଜଣାପଡିଥିବା ବେଳେ ଏବେ ପୁଣି ପୋଲିସଙ୍କୁ ଚାଲେଞ୍ଜ କରିଛନ୍ତି ଅପରାଧୀ ।

ସୋର ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁନଥିବା ବାରମ୍ବାର ଅଭିଯୋଗ ହେଉଛି । ଏହାସହ ଏମିତି ଗାଁ ଗହଳିରେ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି । ତେବେ ଗୁଳି ଫୁଟାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଏମିତି ଅପରାଧୀଙ୍କ ସହ କେଉଁମାନଙ୍କ ଲିଙ୍କ ରହିଛି ନା କୌଣସି ଗ୍ୟାଙ୍ଗ ଏଥିରେ ସମ୍ପୃକ୍ତି ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ । ସୋର ଅଞ୍ଚଳରେ ବିଭିନ୍ନ ସମୟରେ ଏମିତି ଅପରାଧିକ କାର୍ଯ୍ୟକଳାପ ଘଟୁଥିବା ବେଳେ ସୋର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିଛିଦିନ ତଳେ ନାବାଳିକାଙ୍କୁ ଏକ ହୋଟେଲରେ ଗଣଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏମିତି ଏକ ଘଟଣା ପୋଲିସର ପାରିବା ପଣିଆ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ସୋର ପୋଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କେବେ ଅପରାଧୀଙ୍କ ନିକଟରେ ପହଞ୍ଚି ପାରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.