ETV Bharat / state

ମନ୍ତ୍ରୀଙ୍କ ଚିକେନ ଖାଇବା ପ୍ରସଙ୍ଗ, ବିହିଷ୍କାର ଦାବି କରିବ ବିଜେପି ! - former minister padmalochan panda

ଛାତ୍ରଛାତ୍ରୀଙ୍କ ସହ ବସି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଚିକେନ୍ ଖାଇବା ଫଟୋକୁ ନେଇ ଟାର୍ଗେଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା । ଆଗାମୀ ଦିନରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ବହିଷ୍କାର ଦାବି କରାଯିବ ବୋଲି ପଦ୍ମଲୋଚନ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 26, 2019, 10:05 PM IST

ବାଲେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବସି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଚିକେନ୍ ଖାଇବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବାଲେଶ୍ୱରରେ ରାଜନୈତିକ ଆକ୍ଷେପ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସିମୁଳିଆର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା କଂଗ୍ରେସ ଛାଡି ବିଜେପିରେ ମିଶିଥିବା ପଦ୍ମଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଯଦି ଜଣେ ସରକାରୀ କର୍ମଚାରୀ ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କ ସହ ବସି ଖାଇବା ପରେ ନିଲମ୍ବିତ ହେଲେ ତେବେ ମନ୍ତ୍ରୀ ପିଲାଙ୍କ ସହ ବସି ଚିକେନ୍ ଖାଇବା ପରେ କାହିଁକି ଇସ୍ତଫା ଦେଉ ନାହାନ୍ତି ବୋଲି ପଦ୍ମଲୋଚନ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷେ ଆଗାମୀ ଦିନରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ବହିଷ୍କାର ଦାବି କରାଯିବ ବୋଲି ପଦ୍ମଲୋଚନ କହିଛନ୍ତି । ଏ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ, ଏମିତି ଏକ ମିଛ ଗୁଜବକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ସେ ନାପସନ୍ଦ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବସି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଚିକେନ୍ ଖାଇବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବାଲେଶ୍ୱରରେ ରାଜନୈତିକ ଆକ୍ରମଣ କରାଯାଇଛି।
ଏହାକୁ ନେଇ ସିମୁଳିଆର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା କଂଗ୍ରେସ ଛାଡି ବିଜେପିରେ ମିଶିଥିବା ପଦ୍ମଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଜଣେ ସରକାରୀ କର୍ମଚାରୀ ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କ ସହ ବସି ବିଭିନ୍ନ ତୁଣ ଖାଇବା ପରେ ନିଲମ୍ବିତ ହେଲେ ତେବେ ମନ୍ତ୍ରୀ ପିଲାଙ୍କ ସହ ବସି ଚିକେନ୍ ଖାଇବା ପରେ କାହିଁକି ଇସ୍ତଫା ଦେଉ ନାହାନ୍ତି। ଏହାକୁ ନେଇ ମନ୍ତ୍ରୀଙ୍କୁ ରାଜନୈତିକ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି। ମାତ୍ର ବାସ୍ତବରେ ଯେଉଁଦିନ ମନ୍ତ୍ରୀ ରାୟଗଡ଼ାର ଏକଲବ୍ୟ ଆଶ୍ରମ ସ୍କୁଲ ଗସ୍ତ କରିଥିଲେ ସେଦିନ ଥିଲା ବୁଧବାର। ଆଉ ସେଦିନ ସ୍କୁଲ ମାନୁଆଲ ହିସାବରେ ସବୁ ପିଲାଙ୍କ ପାଇଁ ଚିକେନ୍ ରନ୍ଧାଯାଇଥିଲା। ଆଉ ମନ୍ତ୍ରୀ ମଧ୍ୟ ପିଲାଙ୍କ ସହ ବସି ଚିକେନ୍ ଖାଇଥିଲେ। ଯେଉଁ ଭିଡିଓ ବା ଫଟୋ ଭାଇରାଲ ହେଉଛି ତାହା କପଲୋ କଳ୍ପିତ ବୋଲି ଜଣାପଡିଛି। ଯେଉଁ ପିଲା ଦୁଇଜଣ ମନ୍ତ୍ରୀଙ୍କ ପାଖରେ ବସି ଖାଉଛନ୍ତି ସେମାନେ ସେଦିନ ଆମିଷ ଖାଇ ନଥିଲେ। ମାତ୍ର ଅନ୍ୟ ପିଲାମାନେ ଆମିଷ ଖାଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏମିତି ଏକ ନକଲି ଫଟୋ ବର୍ତ୍ତମାନ ସିମୁଳିଆ ରାଜନୀତିରେ ଜୋର ଧରିଛି। ଅନ୍ୟପଟେ ଆଗାମୀ ଦିନରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ବହିଷ୍କାର ଦାବି କରାଯିବ ବୋଲି ପଦ୍ମଲୋଚନ କହିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ, ଏମିତି ଏକ ମିଛ ଗୁଜବକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ସେ ନାପସନ୍ଦ କରିଛନ୍ତି। ତେବେ ବାସ୍ତବଚିତ୍ର ଯାହା ବୟାନ କରୁଛି ପଦ୍ମଲୋଚନଙ୍କ ପ୍ରତିକ୍ରିୟା ଆକ୍ରୋଶମୂଳକ ହେଉଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.