ETV Bharat / state

ବିଜେପିର ନିର୍ବାଚନ ବେଳେ ମନେପଡେ ଲୋକଙ୍କ କଥା: ମୁଖ୍ୟମନ୍ତ୍ରୀ

ଆଗାମୀ ନିର୍ବାଚନକୁ ନେଇ ସବୁ ଦଳର ସୁପ୍ରିମୋମାନେ ବାଲେଶ୍ବରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ନରେନ୍ଦ୍ର ମୋଦି ବସ୍ତା ଆସିଥିବା ବେଳେ ନବୀନ ପଟ୍ଟନାୟକ ଖଇରା ବ୍ଲକ ଗସ୍ତରେ ଆସିଥିଲେ ।

author img

By

Published : Apr 24, 2019, 10:40 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆଗାମୀ ନିର୍ବାଚନକୁ ନେଇ ସବୁ ଦଳର ସୁପ୍ରିମୋମାନେ ବାଲେଶ୍ବରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ନରେନ୍ଦ୍ର ମୋଦି ବସ୍ତା ଆସିଥିବା ବେଳେ ନବୀନ ପଟ୍ଟନାୟକ ଖଇରା ବ୍ଲକ ଗସ୍ତରେ ଆସିଥିଲେ । ନବୀନ ଆଜି ପୁଣି ବାଲେଶ୍ବରର 5ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ବାଲେଶ୍ବର ସହର ଭିତରେ ରୋଡ଼ ଶୋ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇଥିଲେ । ସେଠାରୁ ବସ୍ତା ନିର୍ବାଚନ ମଣ୍ଡଳୀ, ଭୋଗରାଇ, ନୀଳଗିରି ଓ ରେମୁଣାରେ ନବୀନ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଯେଉଁଠିକୁ ବି ଯାଇଥିଲେ ନବୀନ ସିଧାସଳଖ ବିଜେପି ଉପରେ ବର୍ଷିଥିଲେ । ବିଜେପିର ନେତାମାନେ ନିର୍ବାଚନ ଆସିଯିବାରୁ ବାରମ୍ବାର ଓଡିଶା ଆସି ଲୋକଙ୍କୁ ଭୁଲ ତଥ୍ୟ ଦେଉଥିବା ନବୀନ କହିଛନ୍ତି । ବିଜେଡି ଉପରେ ଥିବା ଓଡିଶାବାସୀଙ୍କ ଭରସାକୁ ସେ କେବେ ଭାଙ୍ଗିବେ ନାହିଁ ବୋଲି କହିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଟିତ ବୋଲି କହିବା ସହ ଦଳର ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଲୋକଙ୍କ ସମର୍ଥନ ସାଉଁଟିବା ପାଇଁ ନବୀନ 2 ଦିନ ଧରି ଜିଲ୍ଲାରେ ପ୍ରଚାର କରିଥିବା ଜଣାପଡ଼ିଛି ।

5ଟି ନିର୍ବାଚନ ମଣ୍ଡଳୀର ସାଧାରଣ ସଭା ପରେ ନବୀନ ବାଲେଶ୍ବର ସହରରେ ପହଞ୍ଚିଥିଲେ । ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ନବୀନ ହେଲିକପ୍ଟରରୁ ଓହ୍ଲାଇ ସ୍ବତନ୍ତ୍ର ବସରେ ପ୍ରଚାର ଆରମ୍ଭ କରିଥିଲେ । ପୋଲିସ ଲାଇନ ପଡ଼ିଆରୁ ନବୀନ ପ୍ରଚାର ଆରମ୍ଭ କରିଥିବା ବେଳେ ରେମୁଣା ଗୋଲେଇଠାରେ ପ୍ରଚାର ଶେଷ କରିଥିଲେ । ସହର ରାସ୍ତାରେ ନବୀନଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମିଥିଲା । ସହରର ଫକୀର ମୋହନ ଗୋଲେଇଠାରେ ନବୀନ ବସ ଉପରକୁ ଉଠି ଲୋକମାନଙ୍କୁ ଭୋଟ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ବିଜେପିର ନିର୍ବାଚନ ବେଳେ ମନେ ପଡେ ଲୋକଙ୍କ କଥା: ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆଗାମୀ ନିର୍ବାଚନକୁ ନେଇ ସବୁ ଦଳର ସୁପ୍ରିମୋ ମାନେ ବାଲେଶ୍ବରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ନରେନ୍ଦ୍ର ମୋଦି ବସ୍ତା ଆସିଥିବା ବେଳେ ନବୀନ ପଟ୍ଟନାୟକ ଖଇରା ବ୍ଲକ ଗସ୍ତରେ ଆସିଥିଲେ । ନବୀନ ଆଜି ପୁଣି ବାଲେଶ୍ବରର 5ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ବାଲେଶ୍ବର ସହର ଭିତରେ ରୋଡ଼ ଶୋ କରିଥିଲେ ।

ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇଥିଲେ । ସେଠାରୁ ବସ୍ତା ନିର୍ବାଚନ ମଣ୍ଡଳୀ, ଭୋଗରାଇ, ନୀଳଗିରି ଓ ରେମୁଣାରେ ନବୀନ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଯେଉଁଠିକୁ ବି ଯାଇଥିଲେ ନବୀନ ସିଧାସଳଖ ବିଜେପି ଉପରେ ବର୍ଷିଥିଲେ । ବିଜେପିର ନେତାମାନେ ନିର୍ବାଚନ ଆସିଯିବାରୁ ବାରମ୍ବାର ଓଡିଶା ଆସି ଲୋକଙ୍କୁ ଭୁଲ ତଥ୍ୟ ଦେଉଥିବା ନବୀନ କହିଛନ୍ତି । ବିଜେଡି ଉପରେ ଥିବା ଓଡିଶାବାସୀଙ୍କ ଭରସାକୁ ସେ କେବେ ଭାଙ୍ଗିବେ ନାହିଁ ବୋଲି କହିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି ସବୁବେଳେ ଚେଷ୍ଟିତ ବୋଲି କହିବା ସହ ଦଳର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଲୋକଙ୍କ ସମର୍ଥନ ସାଉଁଟିବା ପାଇଁ ନବୀନ 2 ଦିନ ଧରି ଜିଲ୍ଲାରେ ପ୍ରଚାର କରିଥିବା ଜଣାପଡ଼ିଛି ।

5ଟି ନିର୍ବାଚନ ମଣ୍ଡଳୀର ସାଧାରଣ ସଭା ପରେ ନବୀନ ବାଲେଶ୍ବର ସହରରେ ପହଞ୍ଚିଥିଲେ । ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ନବୀନ ହେଲିକପ୍ଟରରୁ ଓହ୍ଲାଇ ସ୍ବତନ୍ତ୍ର ବସରେ ପ୍ରଚାର ଆରମ୍ଭ କରିଥିଲେ । ପୋଲିସ ଲାଇନ ପଡ଼ିଆରୁ ନବୀନ ପ୍ରଚାର ଆରମ୍ଭ କରିଥିବା ବେଳେ ରେମୁଣା ଗୋଲେଇ ଠାରେ ପ୍ରଚାର ଶେଷ କରିଥିଲେ । ସହର ରାସ୍ତାରେ ନବୀନଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମିଥିଲା । ସହରର ଫକୀର ମୋହନ ଗୋଲେଇ ଠାରେ ନବୀନ ବସ ଉପରକୁ ଉଠି ଲୋକମାନଙ୍କୁ ଭୋଟ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.