ETV Bharat / state

ରାଜ୍ୟ ସରକାର ଓ ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି - ରାଜ୍ୟ ସରକାର ଓ ପୋଲିସ ବିରୋଧରେ ବିଜେପିର ପ୍ରତିବାଦ

ଲୋୟର ପିଏମଜି ଠାରେ ବିଜେପି କର୍ମୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଅଧିକ ପଢ଼ନ୍ତୁ

ବାଲେଶ୍ବରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
bjp protest in balasore
author img

By

Published : Mar 4, 2023, 8:34 PM IST

ରାଜ୍ୟ ସରକାର ଓ ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ବାଲେଶ୍ୱର: ଜିଲ୍ଲା ବିଜେପି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରଠାରେ ବିଧାନସଭା ଘେରାଉ ବେଳେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଶାସକ ଦଳ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତିଙ୍କ ନେତୃତ୍ବରେ ଏସପି ଅଫିସ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଷଡଯନ୍ତ୍ର ପ୍ରତିବାଦରେ ଗତ 3 ତାରିଖ ଦିନ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ବାଲେଶ୍ବର ସଦର ବିଜେପି ପକ୍ଷରୁ ଟାଉନ ଥାନାରେ ପୋଲିସ ଡିଜି, କଟକ ଭୁବନେଶ୍ବର ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏହାପରେ ଆଜି (ଶନିବାର) ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ସ୍ୱର ଉତ୍ତୋଳନ କରିଥିବା ବେଳେ ପୋଲିସ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି । ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡାମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଜେପି ଦାୟୀ କରିଛି ।

ଏନେଇ ବିଜେପି ଯୁବମୋର୍ଚ୍ଚା କହିଛି, "ପୋଲିସ ଡିଜି, କଟକ-ଭୁବନେଶ୍ବର ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପି ଏହି ଘଟଣାର ନିରପେକ୍ଷ ତଦନ୍ତ ନକରି ମିଛ ଦଫା ଲଗାଇ ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇ ପୋଲିସର ବିଶ୍ଵସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛନ୍ତି । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି, ସେଥିରେ ରାଜ୍ୟର ସାଢେ ୪ କୋଟି ଓଡିଆ ମାନସିକ ସ୍ତରରେ ଆଘାତ ପାଇଥିବା ବିଜେପି କହିଛି ।" ପୋଲିସ ଡିଜି, କଟକ-ଭୁବନେଶ୍ବର ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ ପରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଥିବା ଅଭିଯୋଗ କରାଯାଇଛି । ପୋଲିସ ପ୍ରଶାସନର କିଛି ଅଫିସର ଶାସକ ଦଳର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ଧାରଣାକାରୀ ମତବ୍ୟକ୍ତ କରିଥିଲେ ।

ସେହିପରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ବିଜେପି ବାରମ୍ବାର ଉଠାଉଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ଭାବେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହାରି ଭିତରେ ଯଦି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଓଡିଶା ବନ୍ଦ କରି ଏହାର ପ୍ରତିବାଦ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସକୁମାର ଦତ୍ତ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.