ETV Bharat / state

ସିମୁଳିଆ ଥାନା ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ - ସିମୁଳିଆ ଥାନା ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଜମି ହଡ଼ପ ଅଭିଯୋଗ ସହ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ ବିଜେପି ପକ୍ଷରୁ ଶନିବାର ଦିନ ସିମୁଳିଆ ଥାନା ଆଗରେ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 16, 2019, 6:01 PM IST

ବାଲେଶ୍ଵର: ବିଜେପି ପକ୍ଷରୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜମି ହଡ଼ପ ଅଭିଯୋଗ ସହ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ ବିଜେପି ପକ୍ଷରୁ ଶନିବାର ସିମୁଳିଆ ଥାନା ଆଗରେ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅଭିଯୋଗ ଅନୁସାରେ, 40ନଂ ଜୋନ ଜିଲ୍ଲା ପରିଷଦ ଗୀତା ଦାସଙ୍କ ସ୍ବାମୀ କ୍ଷିତିଶ ମହାନ୍ତି ବେଆଇନ ଭାବେ ସିମୁଳିଆ ଅଞ୍ଚଳର ଅନେକ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ସିମୁଳିଆ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା କୁହାଯାଇଛି ।

ଉପଜିଲ୍ଲାପାଳ ଜମି ହଡ଼ପ ନେଇ ଏକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଏମିତିକି ସିମୁଳିଆ ଥାନା ଅଧିକାରୀ ବିଜେଡିର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ କରିଛି । ତେବେ ଆଇଆଇସିଙ୍କ ବଦଳି ସହ ଜମି ହଡ଼ପ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି। ଜମି ହଡ଼ପ ଅଭିଯୋଗ କରିବା ସହ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ ବିଜେପି ଆଜି ଥାନା ଆଗରେ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।
ଅଭିଯୋଗ ଅନୁସାରେ, 40 ନଂ ଜୋନ ଜିଲ୍ଲା ପରିଷଦ ଗୀତା ଦାସଙ୍କ ସ୍ୱାମୀ କ୍ଷିତିଶ ମହାନ୍ତି ବେଆଇନ ଭାବେ ସିମୁଳିଆ ଅଞ୍ଚଳର ଅନେକ ଜମି ହଡ଼ପ କରିଛନ୍ତି। ଯାହାକୁ ନେଇ ପୂର୍ବରୁ ଅଭଯୋଗ ହୋଇଥିଲେ ମଧ୍ୟ ସିମୁଳିଆ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଉପଜିଲ୍ଲାପାଳ ଜମି ହଡ଼ପ ନେଇ ଏକ କେଶ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଏମିତିକି ସିମୁଳିଆ ଥାନା ଅଧିକାରୀ ବିଜେଡିର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ କରିଛି। ଆଇଆଇସୀଙ୍କ ବଦଳି ସହ ଜମି ହଡ଼ପ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା।Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.