ETV Bharat / state

ବିଗୁଡୁଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରଙ୍କୁ ଟାଗେର୍ଟ କଲା ବିଜେପି - bjp protest against bjd

ରାଜ୍ୟରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ମୁଖ୍ୟମନ୍ତ୍ରୀଙ୍କ ଅପାରତା ପାଇଁ ଏପରି ପରିସ୍ଥିତି ଉପୁଜିଥିବା କହି ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି
ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି
author img

By

Published : Feb 15, 2023, 11:00 PM IST

ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି

ବାଲେଶ୍ଵର : ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ବାଲେଶ୍ଵର ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ଵର ପ୍ରଭାରୀ ଗୋଲକ ମହାପାତ୍ର ଯୋଗ ଦେଇ ରାଜ୍ୟସରକାରଙ୍କ ଉପରେ ବର୍ଷିବା ଥିଲେ।

ଆବାସ ଦୁର୍ନୀତି, ନାରୀ ନିର୍ଯାତନା, ବାଲେଶ୍ଵରର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସ୍ଥିତି ଏବଂ ବାଲେଶ୍ଵର ଧଳା ଜହରର ପେଣ୍ଠସ୍ଥଳୀ ପାଲଟି ଯାଇଥିବା କଥା ଉଠାଇ ରାଜ୍ୟସକାର ତଥା ବାଲେଶ୍ବର ପ୍ରଶାସନକୁ ତୀବ୍ର ସମାଲୋଚନା କରାଯାଇଥିଲା। ବାଲେଶ୍ବରରେ ଆଇଏସ ଅଧିକାରୀଙ୍କୁ ମାଡ଼ ଠାରୁ ଆରମ୍ଭ ହୋଇଛି ଅପରେସନ ସ୍ୟାଣ୍ଡଷ୍ଟର୍ମ ମାତ୍ର ଯଦି ସମ୍ପୃକ୍ତ ଉପଜିଲ୍ଲାପାଳ ଜଣକ ଆକ୍ରମଣର ଶିକାର ହୋଇନଥାନ୍ତେ ତାହେଲେ ମାଫିଆଙ୍କ ବିରୋଧରେ ଏ କାର୍ଯ୍ୟାନୁଷ୍ଠାନ ଆଜି ହୋଇନଥାନ୍ତା ବୋଲି ବିଜେପି ଅଭିଯୋଗ କରିଛି।

ଆଜିଯାଏ ଖଇରା, ସୋର, ନୀଳଗିରି ତହସିଲ ଅଞ୍ଚଳର ବିଭିନ୍ନ ପାହାଡ଼ରୁ ବେଆଇନ ପଥର ଚାଲାଣ ହେଉ କିମ୍ବା ବାଲେଶ୍ୱର, ରେମୁଣା, ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ତହସିଲ ଅଞ୍ଚଳରେ ବିଭିନ୍ନ ନଦୀରୁ ବେଆଇନ ବାଲି ଉତ୍ତୋଳନରେ ମାଫିଆଙ୍କ ସହ ଶାସକଦଳର ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ଏବେ ଅନେକ ମାଫିଆ ଏବେ ଶାସକଦଳରେ ବିଭିନ୍ନ ପଦପଦବୀରେ ରହିବା ସହ କାଉନସିଲର, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଏପରିକି ବିଧାୟକ ପଦରେ ବସିଗଲେଣି।

ଏହାସହ ବାଲେଶ୍ୱର ସଦର ମହକୁମା ଯେଉଁଠି ଜିଲ୍ଲାପାଳ, ଆଇଜି, ଏସପି ତଥା ୬ଟି ଥାନା ଏବଂ ୧୦ରୁ ଫାଣ୍ଡି ରହିଛି ସେଇ ଅଞ୍ଚଳର ପୁରୁଣା ବାଲେଶ୍ୱର ଏବେ ବେଆଇନ ମଦ କାରବାରର ହବ ପାଲଟିଛି। ଖାଲି ବାଲେଶ୍ୱର ନୁହେଁ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଏହି ସ୍ଥାନରୁ ବେଆଇନ ମଦ ଚାଲାଣ କରାଯାଉଥିବା ନିଜେ ଅବକାରୀ ଓ ପୁଲିସ ସ୍ୱୀକାର କରିଛନ୍ତି। ଖୋଦ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି। ହେଲେ ସାରା ଓଡ଼ିଶାର ନହେଲା ନାହିଁ ନିଜ ଜିଲ୍ଲାର ଅବକାରୀ ଭିତ୍ତିଭୂମି ମଧ୍ୟ ସେ ସଜାଡ଼ିବାକୁ କୌଣସି ବଳିଷ୍ଠ କରିବାକୁ ଉଦ୍ୟମ କରୁନାହାନ୍ତି ବୋଲି ଅଭିଯୋଗ ଉଠିଛି।

ଏମିତିକି ଜିଲ୍ଲାରେ ହଜାର ହଜାର ଏକର ଚାଷଜମି, ସରକାରୀ ଜମି, ଖେଳ ପଡ଼ିଆ, ଗୋଚର ଜମି, ଶ୍ମଶାନ ଜମି ଏବେ ମାଫିଆ ଓ ଶାସକଦଳର କିଛି ମୁଷ୍ଟିମେୟଙ୍କ କବଜାରେ। ଏଥିଯୋଗୁଁ ନିରୀହ ଚାଷୀ ତଥା ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କରେ କେଉଁଠି ପାଟି ଫିଟାଇ ପାରୁନାହାନ୍ତି। ଏଇ କିଛିବର୍ଷ ହେଲା ଜିଲ୍ଲାରେ ବିଭିନ୍ନ ମନ୍ଦିର ଓ ଏଟିଏମରୁ ଲୁଟ, ଗୋଚାଲାଣ, ଛିନତାଇ, ଡକାୟତି, ଦୁଷ୍କର୍ମ ଓ ସାଇବର ଠକେଇ ସୀମା ଟପିଛି। ଶହେରୁ ଅଧିକ ହତ୍ୟାକାଣ୍ଡ ଘଟିଛି। ଏହାସହ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁଦିନ ବାଲେଶ୍ଵରରେ ବଢୁଥିବାରୁ ବେଆଇନ ନିଶା କାରବାର ବଢ଼ୁଛି ବୋଲି ବିଜେପି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.