ETV Bharat / state

ବାଲେଶ୍ଵର ପୌରପାଳିକାର ଦୁର୍ନୀତି ବଖାଣିଲା ସଦର ବିଜେପି - ଦୁର୍ନୀତି

ପୌରପାଳିକାର ବିଭିନ୍ନ ସମସ୍ୟା ଓ ଦୁର୍ନୀତିକୁ ନେଇ ସଦର ବିଜେପିର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ବାଲେଶ୍ଵର ପୌରପାଳିକାର ଦୁର୍ନୀତି ବଖାଣିଲା ସଦର ବିଜେପି

author img

By

Published : Aug 8, 2021, 11:30 AM IST

ବାଲେଶ୍ବର: ପୌରପାଳିକାର ବିଭିନ୍ନ ସମସ୍ୟା ଓ ଦୁର୍ନୀତିକୁ ନେଇ ସଦର ବିଜେପିର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ । ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ପଡି ରହିଥିବା ବେଳେ ସେସବୁ ପ୍ରତି ପୌରପାଳିକା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ସେହିପରି ଅସରାଏ ବର୍ଷାରେ ବାଲେଶ୍ଵର ସହର ଜଳାର୍ଣ୍ଣବ ହେଉଛି ଯାହା ପ୍ରତି ଦୃଷ୍ଟି ଦିଆନଯିବା ନିନ୍ଦନୀୟ ଘଟଣା ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ବାଲେଶ୍ଵର ପୌରପାଳିକାର ଦୁର୍ନୀତି ବଖାଣିଲା ସଦର ବିଜେପି

ଗତ ଫେବୃୟାରୀ ମାସ ୨୦୨୧ ଠାରୁ ସହରର ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାର ଅବଧି ଶେଷ ହୋଇଥିବା ବେଳେ କାହା ସ୍ୱାର୍ଥରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାସକୁ ମାସ ଏଗ୍ରିମେଣ୍ଟ କରିଚାଲିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଠିକ୍ ସେମିତି ଅଣ ସଫେଇ କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଭାବେ ଦର୍ଶାଇ ଫଲସ୍ ବିଲ ଉଠାଇବା, EPF, ESIC ନାମରେ ଘୋଟାଲା, ବଡ ନାଳ ଗୁଡିକୁ ଛାଡି ଅନ୍ୟ ସମସ୍ତ ନାଳ ସଫେଇ କରିବା ପାଇଁ ଚୁକ୍ତି ହେଇଥିଲେ ମଧ୍ୟ ପୌରପାଳିକା UWEI ଯୋଜନାରେ ପୁନର୍ବାର ଉକ୍ତ ନାଳ ଗୁଡିକୁ ସଫା କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ, ଇତ୍ୟାଦି ମାଧ୍ୟମରେ ହଙ୍କା ହରିଲୁଟ ହୋଉଥିବା ବିଜେପି କହିଛି।

‘ଅମୃତ ଯୋଜନା’ରେ ଘରକୁ ଘର ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ପଠେଇଥିବା ସ୍ଥଳେ ସହରର ଅଧିକାଂଶ ୱାର୍ଡରେ ଗୋଳିଆ ପାଣି ଆସୁଛି, ଏ ବାବଦରେ ପୌରପାଳିକା ଏବଂ ଜନସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ଅପରପକ୍ଷରେ ଗତ କିଛିଦିନ ତଳେ ଗୋପାଳଗାଁ ସ୍ଥିତ ତଳସାହିରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ବିଜେପି ଶାସକ ଦଳ ଓ ପୌରପାଳିକାକୁ ଦାୟୀ କରିଛି। ଆଗାମୀ ୧୦ ଦିନ ଭିତରେ ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଠୋସ ପଦକ୍ଷେପ ନ ନିଏ ତାହେଲେ ସହରବାସୀଙ୍କ ସ୍ବାର୍ଥ ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.