ବାଲେଶ୍ଵର: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ଦିନରେ ଜିଲ୍ଲାରେ ବିଜେଡି ଅଧିକ ସଦସ୍ୟତା ସଂଗ୍ରହ କରିବାର ଟାର୍ଗେଟ ରଖାଯାଇଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ ମଜଭୁତ ପାଇଁ ଆହ୍ବାନ ଦିଆଯାଇଛି ।
ଏହି ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକରେ ପଞ୍ଚାୟତ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀର ବିଧାୟକ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ସଦସ୍ୟ ସଂଗ୍ରହ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଆଇନ ମନ୍ତ୍ରୀ ତଥା ବାଲେଶ୍ଵର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ବୈଠକରେ ବାଲେଶ୍ବର ସଭ୍ୟ ସଂଗ୍ରହ ଅଭିଯାନରେ 30 ଜିଲ୍ଲା ମଧ୍ୟରେ ଟପ୍ ଥ୍ରୀରେ ରହିଥିବା କଥା କହିଛନ୍ତି ପୂର୍ବତନ ସାଂସଦ, ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ।
ଏହାସହ ଏହି ବୈଠକରେ ଦଳୀୟ କର୍ମୀଙ୍କୁ ନିଜ ଅଞ୍ଚଳରେ ବିଜେଡିର ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ କୁହାଯାଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ