ବାଲେଶ୍ଵର: ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ଜିଲ୍ଲା ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ନେଇ ଯୁବ ସମାବେଶ ଅନୁଷ୍ଠିତ ହୋଇଛି । ବାଲେଶ୍ବରର ଏକ ଘରୋଇ ହୋଟେଲରେ ଯୁବ ସମାବେଶ କରାଯାଇଛି ।
ଏଥିରେ ନବ ନିଯୁକ୍ତ ଜିଲ୍ଲା ସଭାପତି ତାପସ ପରିଡା ଓ ରାଜ୍ୟ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀଙ୍କୁ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ପ୍ରଦାନ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ଉପସଭାପତି ଓମପ୍ରକାଶ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ଉପସ୍ଥିତ ରହି ନୂତନ ଯୁବନେତାଙ୍କୁ ସମ୍ବୋଧିତ କରିଥିଲେ ।
ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୁବଛାତ୍ର ସଙ୍ଗଠନକୁ ସୁଦୃଢ କରିବା ପାଇଁ ମହାପାତ୍ର ନିଜ ସମର୍ଥକମାନଙ୍କୁ ଆହ୍ବାନ ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ