ETV Bharat / state

ପର୍ଶୁରାମ ଧଡ଼ାଙ୍କୁ ନେଇ ରାଜନୀତି: ଦ୍ବନ୍ଦ୍ବରେ ଜନତା, ବିରୋଧ ପରେ ଆଜି ସପକ୍ଷରେ ଶପଥ

ସରଗରମ ହେଉଛି ସୋର ନିର୍ବାଚନ ମଣ୍ଡଳୀରେ ରାଜନୀତି । ଗତକାଲି ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସୋରରୁ ହଟାଇବା ପାଇଁ ଶପଥ ପାଠ ଚାଲି ଥିବା ବେଳେ ଆଜି ତାଙ୍କୁ ପୁଣିଥରେ ବିଧାୟକ କରିବାକୁ ଶପଥ ନେଇଛନ୍ତି ବିଜେଡି କର୍ମୀ । ଆଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 16, 2023, 10:35 PM IST

Updated : Oct 16, 2023, 11:00 PM IST

ସୋର ନିର୍ବାଚନ ମଣ୍ଡଳୀ
ସୋର ନିର୍ବାଚନ ମଣ୍ଡଳୀ
ସୋର ନିର୍ବାଚନ ମଣ୍ଡଳୀ

ବାଲେଶ୍ୱର: ସରଗରମ ହେଉଛି ସୋର ନିର୍ବାଚନ ମଣ୍ଡଳୀ ରାଜନୀତି ଗତକାଲି ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସୋରରୁ ହଟାଇବା ପାଇଁ ଶପଥ ପାଠ ଚାଲିଥିବା ବେଳେ ଆଜି ତାଙ୍କୁ ପୁଣିଥରେ ବିଧାୟକ କରିବାକୁ ଶପଥ ନେଇଛନ୍ତି ବିଜେଡି କର୍ମୀ । ଗୋଟେ ପଟେ ପର୍ଶୁଙ୍କୁ ହଟାଇବା ପାଇଁ ଦାବି ହେଉଥିବା ବେଳେ ଅନ୍ୟପକ୍ଷେ ପର୍ଶୁଙ୍କୁ ପୁଣି ବିଧାୟକ କରିବା ପାଇଁ ଦାବି ହେଉଛୁ । ଯାହା ସୋର ନିର୍ବାଚନ ମଣ୍ଡଳୀରେ ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳ ସ୍ପଷ୍ଟ ଦେଖା ଯାଉଛି ।

ଆଜି ସୋର ବିଧାୟକ ପର୍ଶୁରାମ ଧେଡ଼ାଙ୍କ ସମର୍ଥକ ତଥା ଦଳୀୟକର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସିରାପୁର ମା' ଦାଣ୍ଡଖେଳାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରାଯିବା ପରେ ପର୍ଶୁରାମ ଧଡାଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ତଥା ବିଜେଡି ଦଳରେ ରହି ନିସର୍ତ୍ତ କାର୍ଯ୍ୟ କରିବା ଏବଂ କୁଚକ୍ରିଙ୍କ କଥାରେ ନପଡିବା ନେଇ ଶପଥ କରାଯାଇଥିଲା । ଉପାଧ୍ୟକ୍ଷଙ୍କ ଆହ୍ବାନରେ ବିଜେଡିର କିଛି ଅସନ୍ତୁଷ୍ଟ କର୍ମୀମାନେ ମେଳି ବାନ୍ଧିଥିବା ବେଳେ ସେମାନଙ୍କୁ କୁଚକ୍ରୀ ଏବଂ ସେମାନେ ବିଜେଡିର ନୁହେଁ ବରଂ କଂଗ୍ରେସ ଓ ବିଜେପି ପାଇଁ କାମ କରୁଥିବା କଥା କହିଛନ୍ତି ସୋର ପୌପାଳିକା ବିଜେଡି ସଭାପତି ସୁକାନ୍ତ ମିଶ୍ର । ଏହାସହ ସମ୍ପୃକ୍ତ ଗୋଷ୍ଠୀ ଦେଶର ସମ୍ପତ୍ତି ଲୁଟ କରିଛନ୍ତି ଏବଂ ମେଳିବାନ୍ଧି ବିଧାୟକଙ୍କ କୌଣସି କ୍ଷତି କରିପାରିବେ ନାହିଁ ବରଂ ଲୋକମାନେ ଉଚିତ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସୁକାନ୍ତ ।

ଏହା ମଧ୍ୟ ପଢ଼ନ୍ତୁ....ବିଧାୟକଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ପଦରୁ ହଟାଇବା ପାଇଁ ତାରିଣୀ ମନ୍ଦିରରେ ନେଲେ ଶପଥ

ଗତକାଲି ବିଜେଡି ଦଳର କିଛି ଅସନ୍ତୁଷ୍ଟ କର୍ମୀ ମେଳି ବାନ୍ଧି 2024 ନିର୍ବାଚନରେ ପର୍ଶୁରାମ ଧଡାଙ୍କ ବିଧାୟକ ପଦରୁ ଅବ୍ୟାହତି ଦେବା ପାଇଁ ମା' ତାରିଣୀଙ୍କ ପାଖରେ ଶପଥ ନେଇଥିଲେ । ବାଲେଶ୍ୱର ବିଜେଡି ଉପସଭାପତି ଭ୍ରମରବର ନାୟକଙ୍କ ନେତୃତ୍ୱରେ ପର୍ଶୁଙ୍କ ବିରୋଧରେ ସୋର ନିର୍ବାଚନ ମଣ୍ଡଳୀର ସୋର ବ୍ଲକ ଏବଂ ବାହାନଗା ବ୍ଲକର ବହୁ ବିଜେଡି ନେତା ଓ କର୍ମୀଙ୍କୁ ନେଇ ମା' ତାରିଣୀଙ୍କ ପୀଠରେ ବିରାଟ ମେଳି କରି କରିଥିଲେ । ପୂର୍ବରୁ ପର୍ଶୁ ହଟାଅ ସୋର ବଞ୍ଚାଅ ନାରା ଦେଇ ୪୩ ନମ୍ବର ଜିଲ୍ଲାପରିଷଦ ଜୋନର ବନ୍ଧୁମିଳନ କାର୍ଯ୍ୟକ୍ରମରେ 5 ହଜାର ଲୋକଙ୍କୁ ନେଇ ମେଳି କରି ପର୍ଶୁଙ୍କୁ ଖୋଲାଖୋଲି ବିରୋଧ କରାଯାଇଥିଲା । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଏଭଳି କନ୍ଦଳ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବୋଲେଶ୍ବର

Last Updated : Oct 16, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.