ETV Bharat / state

ବାଲେଶ୍ଵର ସଦରରେ ବିଜେଡି ଜିତିବ: ସ୍ବରୂପ ଦାସ

author img

By

Published : Nov 10, 2020, 3:55 PM IST

ବାଲେଶ୍ଵର ସଦର ବିଧାନସଭା ଆସନରେ ବିଜେଡି ବିଜେପି ଠାରୁ 6 ହଜାର 308 ଭୋଟରେ ଆଗୁଆ ରହିଛି। ଏହି ଆସନରୁ ବିଜୟୀ ଲାଭ କରିବ କରିବ ବୋଲି କହିଛନ୍ତି ସ୍ବରୂପ ଦାସ। ଅଧିକ ପଢ଼ନ୍ତୁ...

ବାଲେଶ୍ଵର ସଦରରେ ବିଜେଡି ଜିତିବ: ସ୍ବରୂପ ଦାସ
ବାଲେଶ୍ଵର ସଦରରେ ବିଜେଡି ଜିତିବ: ସ୍ବରୂପ ଦାସ

ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନର ଫଳାଫଳ ଘୋଷଣା ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 12 ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। 12 ରାଉଣ୍ଡ ଗଣତି ପରେ ବାଲେଶ୍ଵର ସଦର ବିଧାନସଭା ଆସନରେ ବିଜେଡି ବିଜେପି ଠାରୁ 6 ହଜାର 308 ଭୋଟରେ ଆଗୁଆ ରହିଛି। ବିଜେଡିର ଏମିତି ଆଗୁଆ ସ୍ଥିତିକୁ ନେଇ ଖୁସି ଜାହିର କରିଛନ୍ତି ବାଲେଶ୍ଵର ସଦରର ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ।

ବାଲେଶ୍ଵର ସଦରରେ ବିଜେଡି ଜିତିବ: ସ୍ବରୂପ ଦାସ

ଏକ ସାକ୍ଷାତକାରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ କହିଛନ୍ତି ଯେ, "ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ରହିଛି। ଏଥିପାଇଁ ବାକି ଥିବା ଗଣତିରେ ମଧ୍ୟ ବିଜେଡି ଲିଡ କରିବ। ପୂର୍ବରୁ ହିଁ ବାଲେଶ୍ବର ସଦରରେ ବିଜେଡି ସପକ୍ଷରେ ଜନମତ ରହିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ଭରଷା ରହିଛି। ଜନତା ନିଜର ମତ ବିଜେଡି ସପକ୍ଷରେ ଜାରି ରହିଛି। ଆଗାମୀ ରାଉଣ୍ଡରେ ମଧ୍ୟ ବିଜେଡି ଲିଡ କରିବା ସହ ଏହି ଆସନରୁ ବିଜୟୀ ଲାଭ କରିବ।"

ବାଲେଶ୍ବରର ସଦର ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ସ୍ବରୂପ ଦାସ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିଭଳି ବିଜେପି ପକ୍ଷରୁ ମାନସ ଦତ୍ତ ଓ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କୁରଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.