ETV Bharat / state

ବାଲେଶ୍ବରରେ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା ପାଇଁ ଆହ୍ବାନ ଦେଲା ବିଜେଡି

author img

By

Published : Nov 15, 2020, 8:21 PM IST

ବାଲେଶ୍ବର ସଦରରେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା, କର୍ମୀଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ନିର୍ବଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି ଆଲୋଚନା ହୋଇଛି। ଅଧିକ ପଢ଼ନ୍ତୁ

ବାଲେଶ୍ବରରେ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା ପାଇଁ ଆହ୍ବାନ ଦେଲା ବିଜେଡି
ବାଲେଶ୍ବରରେ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା ପାଇଁ ଆହ୍ବାନ ଦେଲା ବିଜେଡି

ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ବରୂପ କୁମାର ଦାସ ବିପୁଳ ବିଜୟ ହାସଲ କରିଛନ୍ତି। ଏହାପରେ ନିର୍ବାଚନ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକମାନେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି। ବାଲେଶ୍ବର ସଦରରେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା, କର୍ମୀଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ନିର୍ବଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି ଆଲୋଚନା ହୋଇଛି। ଏନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

ଆୟୋଜିତ ଏହି ବୈଠକରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ରୁ କର୍ମୀମାନେ ଯୋଗ ଦେଇଥିଲେ। ଆଗାମୀରେ ଏହି ପ୍ରତିଶ୍ରତି ରକ୍ଷା କରାଯିବ ବୋଲି ସୂଚନା ଦେଇଛି ବିଜେଡି। ନିର୍ବାଚନରେ ବିଜେଡିକୁ ବହୁମତ ଦେଇଥିବାରୁ ବିଜେଡିର ବିଭିନ୍ନ ପଞ୍ଚାୟତ ଦାୟିତ୍ଵ ଥିବା ପର୍ଯ୍ୟବେକ୍ଷକମାନେ ଲୋକଙ୍କ ନିକଟତର ହୋଇ କୃତଜ୍ଞତା ଜଣାଇବେ। ଏହାସହ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ଦୃଢ଼ ଭାବେ କ୍ରିୟାଶୀଳ କରାଯିବା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ରକ୍ଷା କରାଯିବା ନେଇ ସମସ୍ତ ନେତା କର୍ମୀ ବାଲେଶ୍ବର ସଦରବାସଙ୍କୁ ଆହ୍ବାନ ଦେଇଛନ୍ତି। ଡିସେମ୍ବର 15 ତାରିଖ ମଧ୍ୟରେ ଏହି ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ହରାଇ ଏହି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ବରୂପ କୁମାର ବିଜୟୀ ହୋଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.