ETV Bharat / state

ପକ୍ଷୀ ଗଣିବେ ବନ ବିଭାଗ କର୍ମଚାରୀ, ଅନୁଷ୍ଠିତ ହେଲା କର୍ମଶାଳା - ବାଲେଶ୍ଵର ୱାଇଲ୍ଡ ଲାଇଫ୍ ଡିଭିଜନ

ପକ୍ଷୀ ଗଣନାକୁ ନେଇ ବାଲେଶ୍ଵର ୱାଇଲ୍ଡ ଲାଇଫ୍ ଡିଭିଜନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

Birds will be counted
ପକ୍ଷୀ ଗଣିବେ ବନ ବିଭାଗ କର୍ମଚାରୀ, ଅନୁଷ୍ଠିତ ହେଲା କର୍ମଶାଳା
author img

By

Published : Jan 3, 2021, 12:30 PM IST

ବାଲେଶ୍ବର: ଚଳିତ ବର୍ଷ ପାଇଁ ଆଜି(ରବିବାର) ଠାରୁ ରାଜ୍ୟରେ ଆରମ୍ଭ ହେଉଛି ପକ୍ଷୀ ଗଣନା। ରାଜ୍ୟ ବନ୍ୟ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ପକ୍ଷୀଗଣନା କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବନବିଭାଗ କର୍ମଚାରୀ। ପକ୍ଷୀ ଗଣନାକୁ ନେଇ ବାଲେଶ୍ଵର ୱାଇଲ୍ଡ ଲାଇଫ୍ ଡିଭିଜନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପକ୍ଷୀ ଗଣିବେ ବନ ବିଭାଗ କର୍ମଚାରୀ, ଅନୁଷ୍ଠିତ ହେଲା କର୍ମଶାଳା

ଶୀତଦିନରେ ରାଜ୍ୟରେ ପକ୍ଷୀ ଗଣନା କରାଯାଉଥିବା ବେଳେ ବିଭିନ୍ନ ହ୍ରଦ, ନଦୀ, ନାଳ ମାନଙ୍କରେ ଦେଖାଯାଉଥିବା ବିଦେଶାଗତ ପକ୍ଷୀଙ୍କ ସହ ସ୍ଥାନୀୟ ପକ୍ଷୀ ଗଣନା କରାଯିବ । ଏହି କର୍ମଶାଳାରେ ବାଲେଶ୍ଵର ୱାଇଲ୍ଡ ଲାଇଫ୍ ଡିଭିଜନର ବିଭିନ୍ନ ରେଞ୍ଜରୁ କର୍ମଚାରୀମାନେ ଯୋଗ ଦେଇଥିଲେ। କର୍ମଶାଳାରେ ପକ୍ଷୀଗଣନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଭୁବନେଶ୍ବରରୁ ଏକ ଏକ୍ସପର୍ଟ ଟିମ୍ ଆସି କେମିତି ଓ କିପରି ପକ୍ଷୀ ଗଣନା କରାଯିବ ସେ ନେଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରିଛନ୍ତି। ଏହା ଆଧାରରେ ଚଳିତ ବର୍ଷ ପକ୍ଷୀଗଣନା କରାଯିବ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.