ETV Bharat / state

କର୍ମୀ ଯୋଗାଡରେ ନନା

ରାଜ୍ୟରେ ଦଳକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଲେ ନନା । ବାଲେଶ୍ବରରେ ଆରମ୍ଭ ହେଲା ସଦସ୍ୟତା ସଂଗ୍ରହ ଅଭିଯାନ ।

author img

By

Published : Jun 29, 2019, 9:18 PM IST

Updated : Jun 30, 2019, 12:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ଆହୁରି ମଜଭୁତ ହେବ ବିଜେପି । ବଢିବେ କର୍ମୀ । ବର୍ତ୍ତିଥିବା 36 ଲକ୍ଷ କର୍ମୀ ଥିବା ଦାବି କରୁଛି ଭାରତୀୟ ଜନତା ପାର୍ଟି । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । କର୍ମୀ ସଂଗ୍ରହରେ ଲାଗି ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସଦସ୍ୟ ସଂଗ୍ରହ ଅଭିଯାନରେ ନନା । ବଢିବେ କର୍ମୀ, ମଜଭୁତ ହେବ ଦଳ । ଏହି ଲକ୍ଷ୍ୟ ନେଇ ବାଲେଶ୍ବରରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ସଦସ୍ୟତା ସଂଗ୍ରହ ପ୍ରକ୍ରିୟା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଦଳର ସାଙ୍ଗଠନିକ ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି । ଗ୍ରାମ ପଞ୍ଚାୟତ ଓ ବୁଥ ସ୍ତରୀୟ ସଦସ୍ୟତା ଦିଗରେ ଦୃଷ୍ଟି ଦେବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି ପ୍ରତାପ ।

ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ । ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ଠା ପୂର୍ବକ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:
ବାଲେଶ୍ୱର ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି।

Body:କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଅଣୁ ଶିଳ୍ପ, ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଦଳର ସାଙ୍ଗଠନିକ ଦକ୍ଷତା ଉପରେ ଦଳର ସ୍ଥି ତି ସୁଦୃଢ ହୋଇଥାଏ। ଏହି କାର୍ଯ୍ୟ ଏକ ରାଷ୍ଟ୍ରୀୟ କାର୍ଯ୍ୟ କ୍ରମ। ଗ୍ରାମ ପଞ୍ଚାୟତ ଓ ବୁଥ ସ୍ତରୀୟ ସଦସ୍ୟତା ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ମଣ୍ତଳ ସ୍ତରୀୟ ସଦସ୍ୟତା ବୃଦ୍ଧି ହେବା ଜରୁରୀ। ବିଭିନ୍ନ ପର୍ଯ୍ୟାୟରେ ୭ ଦିନ ଖୋଲାଖୋଲି ଭାବେ ନିଃସ୍ଵାର୍ଥପର ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସମସ୍ତ ସଦସ୍ୟ ମାନଙ୍କ ଠିକଣା ଲିପିବଦ୍ଧ ରହିବ। ୨୫ ଟିକିଆ ସଦସ୍ୟତା ବହି ଯୋଗାଇ ଦିଆଯିବ। ୪୦ଟି ବୁଥ ର ୟୁନିଟ୍ ହେଇଛି ମଣ୍ତଳ। ସକ୍ରିୟ ସଦସ୍ୟ ମାନଙ୍କଦ୍ୱରା ସଦସ୍ୟତା ଯାଞ୍ଚ କରାଯିବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇପାରିବ। ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ଠା ପୂର୍ବକ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ।ମହିଳା, କୃଷକ ଯୁବକ, ମାନେ ଦେଶର ଲାଭାର୍ଥି ମାନଙ୍କୁ ସାମିଲ କରିପାରିବେ।

Conclusion:ଏହି କାର୍ଯ୍ୟକ୍ରମରେ ଦଳର ବିଧାୟକ ଓ ବିଧାୟକ ପ୍ରାର୍ଥୀ ତଥା ନେତାମାନେ ଉପସ୍ଥିତ ଥିଲେ।
Last Updated : Jun 30, 2019, 12:00 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.