ETV Bharat / state

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର 3 ହେଭିୱେଟ ନେତା

ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜିଲ୍ଲାର 3 ହେଭିୱେଟ ବିଜେଡି ନେତା ।

author img

By

Published : Apr 4, 2019, 11:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜିଲ୍ଲାର 3 ହେଭିୱେଟ ବିଜେଡି ନେତା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋର ବିଜେଡି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା, ପିଡିଡିଆର୍‌ଡିଏ କାର୍ଯ୍ୟାଳୟରେ ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରାର୍ଥୀମାନେ ଆଗାମୀ ନିର୍ବାଚନରେ ବିଜୟ ସୁନିଶ୍ଚିତ ବୋଲି ଆଶାପୋଷଣ କରିଛନ୍ତି । ତେବେ ନୀଳଗିରିରୁ ବିଧାୟକ ପ୍ରାର୍ଥୀ ଥିବା ସନ୍ତୋଷ ଖଟୁଆ ନିକଟରେ ବିଜେଡିରେ ଯୋଗଦେଇଥିଲେ । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ଗୁରୁବାର ସନ୍ତୋଷ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବିଭିନ୍ନ ବାଦ୍ୟଯନ୍ତ୍ର ସହ ଜଗନ୍ନାଥ ମନ୍ଦିରରୁ ପ୍ରଚାର ପାଇଁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ସମର୍ଥକଙ୍କ ଉପସ୍ଥିତିରେ ସନ୍ତୋଷ ନାମାଙ୍କନ ଦାଖଲ କରିଥିଲେ । ସେହିପରି ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିରାଟ ପଟୁଆରରେ ଯାଇ ଜିଲ୍ଲା ପିଡିଡିଆର୍‌ଡିଏ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ବିଜେପିରୁ ଟିକେଟ ପାଇଥିବା ପଦ୍ମଲୋଚନ ପଣ୍ଡାଙ୍କୁ ସେ ନିଜ ପ୍ରତିଦ୍ବନ୍ଦୀ ଭାବୁ ନାହାଁନ୍ତି ବୋଲି କହିଛନ୍ତି । ତେଣୁ ମଇଦାନରେ ତାଙ୍କର କଂଗ୍ରେସ ସହ ଟକ୍କର ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ଦଳ ତାଙ୍କୁ ଏବର୍ଷ ପୁଣି ଟିକେଟ ଦେଇଥିବାରୁ ସେ ସୁପ୍ରିମୋଙ୍କ ଭରସା ଭାଙ୍ଗିବେ ନାହିଁ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଗତ 2 ତାରିଖରୁ ବାଲେଶ୍ୱରରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ବିଜେଡିର 3 ହେଭିୱେଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସୋର ବିଜେଡି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା, ପିଡ଼ି ଡିଆରଡିଏ କାର୍ଯ୍ୟାଳୟରେ ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Body:ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ଆଗାମୀ ନିର୍ବାଚନରେ ନିଜର ଜିତ ପକ୍କା ବୋଲି ପ୍ରାର୍ଥୀମାନେ ପ୍ରତିକ୍ରିୟା ଦେଇଛନ୍ତି।
ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ନିକଟରେ ବିଜେଡିରେ ମିଶିଥିଲେ। ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେବାପରେ ଆଜି ନୀଳଗିରିରେ ସନ୍ତୋଷ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ସେହିପରି ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିରାଟ ପଟୁଆରରେ ଆସି ବାଲେଶ୍ୱର ପିଡ଼ି ଡିଆରଡିଏ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପିରେ ଯୋଗଦେଇ ଦଳୀୟ ଟିକେଟ ପାଇଥିବା ପଦ୍ମଲୋଚନ ପଣ୍ଡାଙ୍କୁ ସେ ନିଜ ପ୍ରତିଦ୍ବନ୍ଦୀ ଭାବୁ ନାହାନ୍ତି ବୋଲି କହିଥିଲେ। ଆଗାମୀ ନିର୍ବାଚନରେ ତାଙ୍କ ସହ କଂଗ୍ରେସ ପ୍ରାର୍ଥୀଙ୍କ ଲଢେଇ ହେବ ବୋଲି କହିଛନ୍ତି।

Conclusion:ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା ନିଜ ସମର୍ଥକଙ୍କ ସହ ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳ ପୁଣିଥରେ ତାଙ୍କୁ ଟିକେଟ ଦେଇଥିବାରୁ ସୁପ୍ରିମୋଙ୍କ ଭରସା ଭାଙ୍ଗିବେ ନାହିଁ ବୋଲି କହିଛନ୍ତି।
ବାଇଟ1- ସନ୍ତୋଷ ଖଟୁଆ(ନୀଳଗିରି ବିଧାୟକ ପ୍ରାର୍ଥୀ)
ବାଇଟ2- ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ସିମୁଳିଆ ବିଧାୟକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.