ETV Bharat / state

ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା, ବ୍ୟାପକ କ୍ଷୟକ୍ଷତି

author img

By

Published : Aug 20, 2022, 9:04 PM IST

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଦିଗ ବଦଳିଯିବାରୁ ବାଲେଶ୍ଵର ଜିଲ୍ଲା ଉପରୁ ବିପଦ ଟଳିଛି । ସେପଟେ ଜିଲ୍ଲାର ହାଇ ଆଲର୍ଟରେ ରହିଥିବା ୪ ବ୍ଲକ ମଧ୍ୟରୁ ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା, ବ୍ୟାପକ କ୍ଷୟକ୍ଷତି
ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା, ବ୍ୟାପକ କ୍ଷୟକ୍ଷତି

ବାଲେଶ୍ଵର: ଦିଗ ବଦଳାଇଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଫଳରେ ହାଇ ଆଲର୍ଟରେ ରହିଥିବା ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପଦ ଟଳିଛି । ସେପଟେ ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଲେଶ୍ଵର ଜିଲ୍ଲାର ୪ଟି ବ୍ଲକ ହାଇ ଆଲର୍ଟରେ ରହିଥିଲା । ଏହାର ପ୍ରଭାବରେ ଭୋଗରାଇ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲିଆପାଳ, ଜଳେଶ୍ବର ଓ ବସ୍ତା ବ୍ଲକରେ ମଧ୍ୟ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା । ସହରର ଗୁଡିପଦା ଅଞ୍ଚଳରେ ଲୋକଙ୍କ ଘରେ ଲଗାଣ ବର୍ଷା ଯୋଗୁଁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଭାବିତ ଲୋକଙ୍କ ଘରୁ ପାଣି ନିଷ୍କାସନ ପାଇଁ ମୋଟର ବ୍ୟବସ୍ଥା କରିବା ସହ ବିଭିନ୍ନ ସହାୟତାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ଲଘୁଚାପ ଦିଗ ପରିବର୍ତ୍ତନ ହୋଇଯିବାରୁ ଜିଲ୍ଲା ପ୍ରତି ସେତେଟା ବିପଦ ସୃଷ୍ଟି ହୋଇନାହିଁ ।

ସେପଟେ ଲଗାଣ ବର୍ଷା ଯୋଗୁଁ ଭୋଗରାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର ଦେଉଳା ପଞ୍ଚାୟତ ସାତଗହଳିଆ ଗ୍ରାମର ରବୀନ୍ଦ୍ର ଜେନାଙ୍କ ଘର କାନ୍ଥ ଭୁଶୁଡି ପଡିଛି । ସେହିପରି ନୁଟୁରା ଗ୍ରାମରେ ଘର ଉପରେ ଗଛ ପଡିବାରୁ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଉଭୟ ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ସ୍ଥାନୀୟ ଆରଆଇ ଉକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିଛନ୍ତି । ସେହିଭଳି ଆରୁହାବୃତ୍ତି ଗ୍ରାମର ଶେଖ ଜାହିରଙ୍କ ଦୁଇବର୍ଷର ଶିଶୁପୁତ୍ର ଘର ବାହାରେ ବର୍ଷା ପାଣିରେ ଖେଳିବା ପାଇଁ ଯାଇଥିବା ସମୟରେ ବୁଡି ଯିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.