ETV Bharat / state

ଭଦ୍ରକ-ଖଡଗପୁର ମେମୁ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ 100 ଯାତ୍ରୀ

author img

By

Published : Oct 20, 2022, 10:07 PM IST

ଭଦ୍ରକରୁ ଖଡ଼ଗପୁର ଯାତ୍ରା କରୁଥିବା ଟ୍ରେନରେ ଲାଗିଲା ନିଆଁ । ମାତ୍ର ଅଘଟଣରେ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନରେ ନିଆଁ, ଯାତ୍ରୀ ସୁରକ୍ଷିତ

ବାଲେଶ୍ବର: ଭଦ୍ରକରୁ ଖଡ଼ଗପୁର ଯାଉଥିବା ମେମୁ ଟ୍ରେନ (Bhadrak-Kharagpur MEMU Train)ରେ ଲାଗିଲା ନିଆଁ । ଟ୍ରେନର ଶେଷ ବଗିର ଚକ ପାଖରେ ସାମାନ୍ୟ ନିଆଁ ଲାଗିଥିବା ବେଳେ ବାହାନଗା ଷ୍ଟେସନ ନିକଟରେ ନିଆଁ ଆୟତ୍ତ ହୋଇଥିଲା । ଏଥିରେ କେହି ଯାତ୍ରୀ ଆହତ ହୋଇନଥିବା ବେଳେ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ଏହି ଟ୍ରେନଟି ପ୍ରଥମେ ମାର୍କୋଣା ଷ୍ଟେସନରେ ଚାଳକ ଇଞ୍ଜିନ ଚକ ପାଖରେ ସମସ୍ୟା ଦେଖା ଯାଇଥିଲା । ଯାହାକୁ ରେଳବାଇ ଟେକ୍ନିସିଅନ ସମାଧାନ କରିଦେଇଥିଲେ । କିନ୍ତୁ ବାହାନଗା ରେଳବାଇ ଷ୍ଟେସନ ପାଖରେ ଶେଷ ବଗି ଚକ ପାଖରେ ନିଆଁ ଦେଖି ରେଳବାଇ କର୍ତୃପକ୍ଷ ନିଆଁକୁ ଆୟତ୍ତ କରିଥିଲେ। ଷ୍ଟେସନରେ ଗାଡି ଛିଡା ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ରେଳବାଇ କର୍ତ୍ତୃପକ୍ଷ ଟ୍ରେନର ମରାମତି କାର୍ଯ୍ୟ ସାରିବା ପରେ ଟ୍ରେନଟି ସନ୍ଧ୍ୟା ୭ଟାରେ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।

ଏହା ବି ପଢନ୍ତୁ- ଦିନେ ସୁରକ୍ଷା ଓ ବୀରତ୍ୱର କଥା କହୁଥିଲା ବାଡିଖେଳ, ଆଜି ହଜିବାକୁ ବସିଛି

ନିଆଁ ଲାଗିବା ପରେ ପ୍ରାୟ ୧୦୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ନିଆଁ ଲାଗିବା ପରେ ବଗି ଭିତର ଧୂଆଁମୟ ହୋଇଥିବା ବେଳେ ଯାତ୍ରୀମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ସେମାନେ ଭୟରେ ଚିତ୍କାର କରିବାକୁ ଲାଗିଥିଲେ । ଏ ସମ୍ପର୍କରେ ଡ୍ରାଇଭର ଅନୁଭବ କରିବା ପରେ ଟ୍ରେନଟି ଷ୍ଟେସନ ପହଞ୍ଚିବା ପୂର୍ବରୁ ମଝି ରାସ୍ତାରେ ଟ୍ରେନକୁ ଅଟକାଇଥିଲା । ଟ୍ରେନ ରହିବା ମାତ୍ରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ବାହାରକୁ ଚାଲିଆସିଥିଲେ ।

ଏ ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ବ୍ୟାପିବା ପୂର୍ବରୁ ସେମାନେ ସଫଳତାର ସହିତ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଟ୍ରେନରେ ପ୍ରାୟ ୭୦୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ନିଆଁ ଲାଗିଥିବା ବଗିରେ ୧୫୦ ଜଣ ଯାତ୍ରୀ ରହିଥିଲେ । ନିଆଁ ଲାଗିବା ପରେ ଟ୍ରେନର ଶେଷ ବଗି କଳା ଧୂଆଁରେ ଆଚ୍ଛାଦିତ ହୋଇଥିଲା । ତେବେ ନିଆଁକୁ ଆୟତ୍ତ କରିବା ପରେ ଇଞ୍ଜିନିୟର ମାନେ ଟ୍ରେନକୁ ଯାଞ୍ଚ କରିଛନ୍ତି । ଟ୍ରେନଟି ଚାଲିଥିବା ସମୟରେ ଚକ ନିକଟରେ କିଛି ଅଂଶ ଭାଙ୍ଗିଯିବା ପରେ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ମାତ୍ର ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ଘଟିନାହିଁ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.