ETV Bharat / state

ରୋଗଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ମଣିଷ; ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି ପରିବାର

author img

By ETV Bharat Odisha Team

Published : Oct 3, 2023, 1:18 PM IST

କ୍ୟାନ୍ସରରେ ପୀଡିତ ପର୍ଶୁରାମ ଦାସଙ୍କ ଚିକିତ୍ସା ପାଇଁ ସହୟତା ଲୋଡୁଛନ୍ତି ପରିବାର । ସରକାର ପର୍ଶୁରାମଙ୍କୁ ସାହା ହେଲେ ତାଙ୍କ ପରିବାର ମୁହଁରେ ହସ ଫୁଟି ପାରନ୍ତା । ଅଧିକ ପଢନ୍ତୁ

cancer patient seeking government help
ରୋଗଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ମଣିଷ
cancer patient seeking government help

ବାଲେଶ୍ବର: ଘରର ଏକାମାତ୍ର ରୋଜଗାରିଆ ମଣିଷ ଆଜି ରୋଗଶଯ୍ୟାରେ । ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଏବେ ଚିକିତ୍ସା ପାଇଁ ଲୋଡୁଛନ୍ତି ଆର୍ଥିକ ସହାୟତା । କେବଳ ଭାଗ୍ୟକୁ ଆଦରି ବିଛଣାରେ ପଡି ରହିଛନ୍ତି ସେ । ଏମିତି ଜଣେ ମଣିଷଙ୍କ ଅସହ୍ୟ ଦୁଃଖ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ହାଟୁଆରୀ ଗ୍ରାମରେ । ପର୍ଶୁରାମ ଦାସ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ହେଲେ ଏବେ କ୍ୟାନ୍ସରରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିିଛି ବାଧକ ।

ପର୍ଶୁରାମ ଦୁଇ ମାସ ହେବ ବୋନ କ୍ୟାନ୍ସରରେ ଆକ୍ରାନ୍ତ । ତାଙ୍କର ଦୁଇଟି ଗୋଡ଼ ଅଚଳ ହୋଇଯାଇଛି । ଏହାସହ ବେକ ଓ ଅଣ୍ଟାରେ ଯନ୍ତ୍ରଣା ହେଉଛି । ପର୍ଶୁରାମ ପରିବାର ପ୍ରତିପୋଷଣ କରିବା ପାଇଁ ଚେନ୍ନାଇରେ ଏକ ଲଜରେ ରହି କାମ କରୁଥିଲେ । ହଠାତ ଦିନେ ତାଙ୍କର ଦୁଇଟି ଗୋଡ଼ ଅଚଳ ହୋଇଯାଇଥିଲା । ଚେନ୍ନାଇରେ ରହୁଥିବା ଗ୍ରାମର କିଛି ପିଲା ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ଔଷଧ ଖାଇବା ପରେ ବି କିଛି ସୁଫଳ ମିଳିନଥିଲା । ପିଲାମାନେ ତାଙ୍କୁ ଗାଁକୁ ନେଇ ଆସିଥିଲେ । ଏହାପରେ ତାଙ୍କୁ କଟକରେ ଥିବା ଏକ ଘରୋଇ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ବୋନ କ୍ୟାନ୍ସର ହୋଇଥିବା କହିଥିଲେ । ଏହାଶୁଣି ପରିବାର ଉପରେ ଆକାଶ ଛିଣ୍ଡି ପଡିଥିଲା ।

ଘରର ଏକମାତ୍ର ରୋଜଗାରିଆ ମଣିଷ ଆଜି ଶଯ୍ୟାଶାୟୀ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଗଲାଣି କିନ୍ତୁ ପର୍ଶୁରାମଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ଜଟିଳ ହୋଇଯାଉଛି । ରୋଗ ଯନ୍ତ୍ରଣା ସହିବା ପର୍ଶୁରାମଙ୍କ ପାଇଁ କଷ୍ଟକର ହୋଇପଡିଛି । ଭଲ ହେବା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ।
ଏହା ବି ପଢନ୍ତୁ...ରୋଗ ଶଯ୍ୟାରେ ଅସହାୟ ଯୁବକ, ନିରୂପାୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ

ଏହା ବି ପଢନ୍ତୁ...ସାହା ହୁଅ ସରକାର: କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଲକ୍ଷ୍ମୀଧରଙ୍କ ପରିବାର

ପର୍ଶୁରାମଙ୍କ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର । ସରକାର ସାହା ହେଲେ ପରିବାର ମୁହଁରେ ହସ ଫୁଟି ପାରନ୍ତା । ଏହାଛଡା ଯଦି କେହି ସହୃଦୟ ବ୍ୟକ୍ତି ପର୍ଶୁରାମଙ୍କ ଜୀବନ ବଞ୍ଚାଇବାକୁ ଚାହାନ୍ତି ତାହେଲେ ତାଙ୍କୁ ସହାୟତା ହାତ ବଢାଇ ପାରିବେ । ପର୍ଶୁରାମଙ୍କୁ ସାହାଯ୍ୟ କରିବାକୁ ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ' ନମ୍ବରରେ ଆର୍ଥିକ ସହାୟତା ପଠାଇ ପାରିବେ ।

ପର୍ଶୁରାମଙ୍କୁ ସହାୟତା ପାଇଁ ଠିକଣା:

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ

ଆକାଉଣ୍ଟ ନମ୍ବର: 779802120010875

ଆଇଏଫଏସସି କୋଡ:UBIN0577987
ନାମ- ଜିତୁନ କୁମାର ରାଜା

ଫୋନ ପେ ନମ୍ବର: 9348056871

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.