ETV Bharat / state

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌

author img

By

Published : Jul 29, 2019, 11:34 PM IST

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌ । ଘଟଣାରେ 4 ଜଣିଆ ଟିମ ଆଜି(ସୋମବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌ । ଘଟଣାରେ 4 ଜଣିଆ ଟିମ ଆଜି(ସୋମବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଘଟଣାରେ ଜଡିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସୂଚାରୁ ରୂପେ କରିବା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।

ତେବେ ଗତକାଲି(ରବିବାର) ଏହି ଟିମ୍‌ ବାଲିଆପାଳ ଗସ୍ତ କରି ଢାବା ଓ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମଧ୍ୟ ବିଭିନ୍ନ ଦିଗରେ ପଚରାଉଚରା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରକାଶ ଥାଉକି, ବାଲିଆପାଳର ଏକ ଢାବାରେ କାମ କରୁଥିବା ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଫଳରେ ଲୋକେନେ ଉତ୍ୟକ୍ତ ହୋଇ ପୋଲିସକୁ ପିଟିବା ସହ ଢାବାରେ ନିଆଁ ଲଗାଇ ଦେଇଥିଲେ । 2 ଦିନ ଧରି ବାଲିଆପାଳ ଅଶାନ୍ତ ହୋଇ ପଡିଥିଲା। ଏହାକୁ ନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ମାନବାଧିକାର ସୁରକ୍ଷା ସେଲ ଟିମ ତଦନ୍ତ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ନାବାଳକ ମୃତ୍ୟୁ ଘଟଣାରେ ମାନବାଧିକାର ସୁରକ୍ଷା ସେଲର ଏକ 4 ଜଣିଆ ଟିମ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ନାବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ବାଲିଆପାଳରେ ରାସ୍ତାରୋକ ହୋଇଥିଲା। ଏଥିପାଇଁ ତୁରନ୍ତ ଉପଯୁକ୍ତ ରିପୋର୍ଟ ପ୍ରଦାନ ସମ୍ପର୍କରେ ଟିମ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ। ଏହାସହ ଏହି ଘଟଣାରେ ଜଡ଼ିତ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁଚାରୁ ରୁପେ କରିବା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।

ଗତକାଲି ରବିବାର ଟିମ ବାଲିଆପାଳ ଗସ୍ତ କରି ଢ଼ାବା ଓ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମଧ୍ୟ ବିଭିନ୍ନ ଦିଗରେ ପଚରାଉଚୁରା କରିଥିଲେ। ପ୍ରକାଶ ଥାଉକି, ବାଲିଆପାଳର ଏକ ଢ଼ାବାରେ କାମ କରୁଥିବା ଜଣେ ନାବାଳକର ମୃତ ଦେହ ଉଦ୍ଧାର ପରେ ଲୋକମାନେ ଉତ୍ୟକ୍ତ ହୋଇ ପୋଲିସକୁ ପିଟିବା ସହ ଢ଼ାବାରେ ନିଆଁ ଲଗାଇ ଦେଇଥିଲେ। 2 ଦିନ ଧରି ବାଲିଆପାଳ ଅଶାନ୍ତ ହୋଇ ପଡ଼ିଥିଲା। ଏହାକୁ ନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ମାନବଧିକାର ସୁରକ୍ଷା ସେଲ ଟିମ ତଦନ୍ତ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.