ETV Bharat / state

ମାଟ୍ରିକ ରେଜଲ୍ଟ: ବାଲେଶ୍ବର ରାଜ୍ୟରେ ଦ୍ବିତୀୟ - position

ଚଳିତ ମାଟ୍ରିକ ପରୀକ୍ଷାରେ ବାଲେଶ୍ବର ଜିଲ୍ଲା ରାଜ୍ଯରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପାସ ହାର ରହିଛି 85.21 ପ୍ରତିଶତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 21, 2019, 4:26 PM IST

ବାଲେଶ୍ବର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳ । ରାଜ୍ଯରେ ସମୁଦାୟ ପାସ ହାର ରହିଛି 70.78 ପ୍ରତିଶତ । ଝାରସୁଗୁଡାର ଛାତ୍ରଛାତ୍ରୀ ଚଳିତ ବର୍ଷ ଭଲ ପ୍ରର୍ଦଶନ କରିବା ସହ ପ୍ରଥମ ସ୍ଥାନରେ ଥିବା ବେଳେ । ବାଲେଶ୍ବର ଜିଲ୍ଲା ରାଜ୍ଯରେ ଅଧିକାର କରିଛି ଦ୍ବିତୀୟ ସ୍ଥାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଜିଲ୍ଲାରେ ଏହି ବର୍ଷ 515ଟି ବିଦ୍ଯାଳୟରେ 32,254 ଜଣ ପରୀକ୍ଷାର୍ଥୀ 168ଟି କେନ୍ଦ୍ରରେ ଦେଇଥିଲେ ମାଟ୍ରିକ ପରୀକ୍ଷା । ସମୁଦାୟ ରେଜଲ୍ଟ ଜିଲ୍ଲାରେ 85.21 ପ୍ରତିଶତ ହୋଇଛି । ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି । କିନ୍ତୁ କିଛି ସ୍ଥାନରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଆଶାନୁରୂପ ହୋଇନଥିବାରୁ ସେମାନେ ନିରାଶ ହୋଇଛନ୍ତି ।

ଅନେକ ଛାତ୍ରଛାତ୍ରୀ ପ୍ରକାଶିତ ଫଳ ଉପରେ ସନ୍ତୁଷ୍ଚ ନଥିବା କହିଛନ୍ତି । ଅଭିଭାବକ, ଶିକ୍ଷକ ଓ ପରୀକ୍ଷୀର୍ଥୀ ସମସ୍ତେ ମୂଲ୍ଯାଙ୍କନ ଉପରେ ଦୋଷାରୋପ କରିଛନ୍ତି । ଚଳିତ ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ଥିଲେ ଅନିଶ୍ଚିତତା ଘେରରେ। ଯାହାଫଳରେ ଫଳାଫଳ ଆଶା ଠାରୁ ବହୁତ କମ ହୋଇଥିବା ସେମାନେ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.