ETV Bharat / state

ବେଆଇନ କରତ କଳ ଉପରେ ଚଢାଉ, 3 ଅଟକ - କାଠ ଜବତ

ଭୋଗରାଇ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କରତ କଳ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Sep 28, 2019, 11:05 PM IST

ବାଲେଶ୍ଵର: ଭୋଗରାଇ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କରତ କଳ ଉପରେ ଚଢ଼ାଉ କରିଛି ପୋଲିସ । ଏଥିସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିବା ସହ 3ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଭୋଗରାଇର ଚଣ୍ଡୀପୁର, ଜଗନ୍ନାଥପୁର ଓ ବେଲାଶିଆଳିଆ ଅଞ୍ଚଳରେ ବେଆଇନ କରତ କଳ ଚାଲୁଥିବା ନେଇ ଖବର ମିଳିଥିଲା । ବାଲେଶ୍ଵର ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଚଢାଉ କରିଥିଲା ।

ଚଢ଼ାଉ କରିଥିବା ଟିମରେ ଭୋଗରାଇ ଆଇଆଇସି, ବାଲେଶ୍ଵର ଡିଏସପି ମନୋଜ ରାଉତ ଓ ଜଳେଶ୍ବର ଏସଡିପିଓ ସୁଦର୍ଶନ ଦାସ ନେତୃତ୍ବ ନେଇଥିଲେ । କରତ କଳର ମାଲିକମାନଙ୍କୁ ଅଟକ ରଖାଯାଇଛି ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କରତ କଳ ଉପରେ ପୋଲିସର ଚଢ଼ାଉ। ଲକ୍ଷଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିବା ସହ 3ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।
ବାଲେଶ୍ଵର ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଭୋଗରାଇ ର ଚଣ୍ଡୀପୁର, ଜଗନ୍ନାଥପୁର ଓ ବେଲାଶିଆଳିଆ ଅଞ୍ଚଳରେ ଥିବା ତିନୋଟି ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଥିବା ବେଳେ କରତ କଳର ମାଲିକମାନଙ୍କୁ ଅଟକ ରଖାଯାଇଛି। ଚଢ଼ାଉ କରିଥିବା ଟିମରେ ବାଲେଶ୍ଵର ଡିଏସପି ମନୋଜ ରାଉତ ଓ ଜଳେଶ୍ୱର ଏସଡିପିଓ ସୁଦର୍ଶନ ଦାସ ନେତୃତ୍ୱ ନେଇଥିଲେ। ଦୁଇଟି ଟିମ 3ଟି କରତକଳ ଉପରେ ଚଢ଼ାଉ କରିଥିଲେ । ଭୋଗରାଇ iic ଚଢ଼ାଉ ରେ ସାମିଲ ଥିବା ବେଳେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.