ବାଲେଶ୍ଵର: ଆତ୍ମହତ୍ୟା କରିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଯୁବକ ଜଣଙ୍କ ଉଦ୍ଧାର କରିବା ପରେ ଉଭୟ ସଂସାର ଡୋରିରେ ବାନ୍ଧି ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ।
ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ପନଦା ଅଞ୍ଚଳର ନାରାୟଣ ଦାସଙ୍କ ଝିଅ ତପସ୍ୱିନୀ ଘରୋଇ କଳି କାରଣରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ମୁଳିସିଂ ନିକଟ ଟ୍ରେନ ଲାଇନ ପାଖରେ ବସିଥିଲେ। ସେହି ସମୟରେ କେଦାରପୁର ଅଞ୍ଚଳର ପୁରସ୍ତମ ସେଠୀଙ୍କ ପୁଅ ଖଗେନ୍ଦ୍ର ସେହି ରାସ୍ତାରେ ଯାଉଥିଲେ।
ଯୁବତୀଙ୍କୁ ଏମିତି ଅବସ୍ଥାରେ ଦେଖି ଖଗେନ୍ଦ୍ର ତାଙ୍କୁ ସେଠାରୁ ବୁଝାଇ ସୁଝାଇ ଆତ୍ମହତ୍ୟା କରିବାରୁ ରୋକିଥିଲେ। ତପସ୍ୱିନୀଙ୍କ ଜୀବନ ବଞ୍ଚାଇଥିବାରୁ ସେ ଖଗେନ୍ଦ୍ରଙ୍କୁ ବାହା ହେବା ପାଇଁ ଜିଦ ଧରିଥିଲେ। ଏନେଇ ଖଗେନ୍ଦ୍ର ତପସ୍ୱିନୀଙ୍କୁ ନିଜ ଘରକୁ ଆଣିବା ପରେ ଭଦ୍ର ବ୍ୟକ୍ତିଙ୍କ ମଧ୍ୟସ୍ଥିରେ ଉଭୟଙ୍କ ବିବାହ ମନ୍ଦିରରେ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ