ETV Bharat / state

ନିଲାମ ହେଉନି ବାଲି ଖାଦାନ, ପରିବହନ ମହାସଂଘର ବିକ୍ଷୋଭ ପ୍ରଦର୍ଶନ - ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଟ୍ରକ୍, ଖାଦାନ ଓ କ୍ରସର୍ ମାଲିକ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ପ୍ରଶାସନିକ ସ୍ତରରେ ଜୁଲୁମକୁ ନେଇ ଗର୍ଜିଲା ମାଲିକ ମହାସଂଘ । ଅଧିକ ପଢ଼ନ୍ତୁ

ବାଲି ଖାଦାନ ନିଲାମ ନହେବା ନେଇ ଅସନ୍ତୋଷ
ବାଲି ଖାଦାନ ନିଲାମ ନହେବା ନେଇ ଅସନ୍ତୋଷ
author img

By

Published : Feb 25, 2023, 10:50 AM IST

ବାଲେଶ୍ୱର: ଟ୍ରକ୍, ଖାଦାନ ଓ କ୍ରସର୍ ମାଲିକ ମହାସଂଘ ତରଫରୁ ବିଭିନ୍ନ ଦାବି ଓ ପ୍ରଶାସନିକ ସ୍ତରରେ ହେଉଥିବାରେ ଜୁଲୁମ ଅଭିଯୋଗରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ୱର ଜିଲ୍ଲାରେ ଲଘୁ ଖଣିଜ ସଂପଦ ତଥା ବାଲି ଚିପ୍ସ ମେଟାଲ ଇତ୍ୟାଦି ସଂଗ୍ରହ ପାଇଁ ଉତ୍ସ ସରକାର ସ୍ଥିର ନକରିବା ଯୋଗୁଁ ସରକାରୀ ଓ ଘରୋଇ ପ୍ରକଳ୍ପର ନିର୍ମାଣ ଅଗ୍ରଗତିରେ ବାଧକ ସୃଷ୍ଟି କରୁଛି ।

ସେପଟେ ଲଘୁ ଖଣିଜ ସଂପଦକୁ ପରିବହନ କରୁଥିବା ଶତାଧିକ ଟ୍ରକ୍, ଡମ୍ଫର୍, ମିନି ଟ୍ରକ, ଟ୍ରାକ୍ଟର ସବୁ ଅଚଳ ହୋଇପଡ଼ିଥିବା ବେଳେ ଏଥିରେ ନିର୍ଭରଶୀଳ ହୋଇଥିବା ଶହଶହ ଶ୍ରମିକ ଓ ତାଙ୍କ ପରିବାର ବେରୋଜଗାର ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ନିଯୁକ୍ତି ପାଇଁ ଆବଶ୍ୟକ ଶିଳ୍ପ ନଥିବାରୁ ବହୁ ଶ୍ରମଜୀବୀ ପାରମ୍ପରିକ କାର୍ଯ୍ୟଧାରା ତଥା ଇଟା ପ୍ରସ୍ତୁତକୁ ନିଜର ଜୀବିକା ସଂଗ୍ରାମ ଭାବରେ ଧରିନେଇଛନ୍ତି ।

ମାତ୍ର ଅଚାନକ ଇଟା ଭାଟି ଉପରେ ସରକାରୀ ଚଢ଼ାଉ ଫଳରେ ସେମାନେ ମଜୁରୀ ପାଇବାରୁ ବଞ୍ଚିତ ଅଛନ୍ତି । ଅନ୍ୟପଟରେ ସ୍ୱରୋଜଗାରୀ ହେବା ପାଇଁ ବହୁ ଯୁବକ ଟ୍ରକ୍ ଟ୍ରାକ୍ଟର ଦମ୍ଫର ଓ ମିନିଟ୍ରକ ଭଳି ପରିବହନ କାର୍ଯ୍ୟରେ ଲଗାଇବା ପାଇଁ ବ୍ୟାଙ୍କରୁ ଋଣ ମାଧ୍ୟମରେ ଜୀବିକା ଅର୍ଜନରେ ରାସ୍ତା ଧରିଥିବା ବେଳେ ଲଘୁ ଖଣିଜ ସମ୍ପଦର ଅଭାବ ଉତ୍କଟ ସମସ୍ୟା ସୃଷ୍ଟି କରିଛି । ମାଲ ପରିବହନ କଲାବେଳେ ନିରୀହ ଟ୍ରକ, ଡମ୍ପର,ଟ୍ରାକ୍ଟର, ମିନି ଟ୍ରକର ମାଲିକ ଓ ଡ୍ରାଇଭରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମାଲି, ମକଦ୍ଦମା,ଜରିମାନା, ଗିରଫ ଇତ୍ୟାଦି କଷଣ ଭୋଗ କରିବାକୁ ପଡୁଛି । ଏହାର ସମାଧାନ କରିବାପାଇଁ ଗତ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲା ପରିବହନ ମାଲିକ ସଂଘ ।

ମାତ୍ର ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା ନକରିବାରୁ ଜିଲ୍ଲାର ଟ୍ରକ,ଖାଦାନ, କ୍ରସର ମାଲିକ ଓ ଡାଇଭରମାନେ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ । ଯଦି ଆଗାମୀ ୭ ଦିନ ଭିତରେ ଦାବି ପୂରଣ ନ ହୁଏ ତାହାଲେ ଜାତୀୟ ରାଜପଥରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଗଣମାଧ୍ୟମ ଦ୍ଵାରା ଚେତାବନୀ ଦିଆଯାଇଛି ।

ତେବେ ସୂଚନା ଅନୁଯାୟୀ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପଶାସନ ପକ୍ଷରୁ ଅପରେସନ ସେଣ୍ଡ ଷ୍ଟ୍ରମ ଆରମ୍ଭ ହୋଇଛି । ଏଥିରେ ବେଆଇନ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଲଘୁ ଖଣିଜ କାରବାର ଉପରେ ରୋକ ଲଗାଇବା ପାଇଁ ପ୍ରଚେଷ୍ଟା କରାଯାଇଛି । ଏହି ଅପରେସନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଚାଲୁଥିବା ବେଆଇନ ଇଟା ଭାଟି ସମେତ ବେଆଇନ ବାଲି ଉତ୍ତୋଳନ ଉପରେ ପୋଲିସ ଛାପା ମାରି ଟ୍ରକ ଜବତ କରିବା ସହ ଅନେକଙ୍କୁ ଗିରଫ କରିଛି । ପୋଲିସର ଏମିତି ଆକ୍ସନ ପାଇଁ ଏବେ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନେକାଂଶରେ ଡ୍ରାଇଭରମାନେ ଗାଡି ଚଳାଇବା ପାଇଁ ଭୟ କରୁଛନ୍ତି । ଯାହାପାଇଁ ଗାଡି ମାଲିକମାନେ ଋଣ କିସ୍ତି ପୈଠ କରିବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.